ଦେଶ ବିଦେଶ

ଇସ୍ରୋ ଖୋଜୁଛି ବାୟୁସେନାର ନିଖୋଜ ଏଏନ-୩୨ ବିମାନ

Published

on

ନୂଆଦିଲ୍ଲୀ ୪/୬ : ବାୟୁସେନା ବିମାନକୁ ଖୋଜିବାରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା ‘ଇସ୍ରୋ’ ସାମିଲ ହୋଇଛି । ତେଣୁ ବର୍ତ୍ତମାନ ସାଟେଲାଇଟ୍ ଜରିଆରେ ଗତାକଲିଠାରୁ ନିଖୋଜ ଥିବା ଭାରତୀୟ ଭାରତୀୟ ବାୟୁସେନା ବିମାନ ଏଏନ-୩୨ର ଅନୁସନ୍ଧାନ କରୁଛି ଇସ୍ରୋ । ଅନ୍ୟପଟେ ଭାରତୀୟ ବାୟୁସେନା ବିମାନ ଏଏନ-୩୨ ଅରୁଣାଚଳ ପ୍ରଦେଶରୁ ନିଖୋଜ ହେବାର ୨୪ ଘଣ୍ଟା ଟପି ଯାଇଥିଲେ ମଧ୍ୟ ଏଯାବତ୍ ଏହାର ସନ୍ଧାନ ମିଳିପାରି ନାହିଁ। ସୂଚନା ଅନୁସାରେ, ବାୟୁସେନା ଓ ସ୍ଥଳସେନାର ସ୍ବତନ୍ତ୍ର ଟିମ୍ ବିମାନକୁ ଠାବ କରିବା ଲାଗି ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି । ବାୟୁସେନା ପକ୍ଷରୁ ଗୋଟିଏ ଲେଖାଏଁ ସି-୧୩୦ ଜେ ଓ ଏଏନ-୩୨ ବିମାନ ଏବଂ ଦୁଇଟି ଏମଆଇ-୧୭ ଚୋପର ମୁତୟନ କରାଯାଇଛି । ଏଥିସହ ସ୍ଥଳସେନା ପକ୍ଷରୁ ମଧ୍ୟ ହାଲୁକା ଲଢୁଆ ହେଲିକପ୍ଟର ସର୍ଚ୍ଚ ଅପରେସନରେ ନିୟୋଜିତ କରାଯାଇଛି । ସୋମବାର ଆସାମର ଜୋରହାଟ ଏୟାର ବେସରୁ ବିମାନଟି ମଧ୍ୟାହ୍ନ ୧୨ଟା ୨୫ ମିନିଟରେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ନିଖୋଜ ହୋଇଯାଇଥିଲା । ସେନାବାହିନୀରେ ପରିବହନ ସେବା ଯୋଗାଉଥିବା ଏହି ଆଣ୍ଟୋନୋଭ ଏଏନ-୩୨ ନାମକ ବିମାନ ଅରୁଣାଚଳ ପ୍ରଦେଶର ମେଚୁକାକୁ ଯାତ୍ରା କରିବାର ଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version