ଦେଶ ବିଦେଶ

ଆସୁଛି ଆଉ ଏକ ବାତ୍ୟା : ଡିପ୍ ଡ୍ରିପେସନର ରୂପ ନେଲା ବାତ୍ୟା ‘ବାୟୁ’

Published

on

ନୂଆଦିଲ୍ଲୀ ୧୦/୬ : ଆସୁଛି ଆଉ ଏକ ବାତ୍ୟା । ଡିପ୍ ଡ୍ରିପେସନର ରୂପ ନେଲା ବାତ୍ୟା ‘ବାୟୁ’ । ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରମର ରୂପ ନେବ ବାତ୍ୟା ‘ବାୟୁ’ । ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ବାତ୍ୟାର ରୂପ ନେବ । ତେବେ ଏହା ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି କୁହାଯାଉଛି । ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଗୁଜୁରାଟରେ ସ୍ଥଳଭାଗ ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ବାତ୍ୟା ‘ବାୟୁ’ର ପ୍ରଭାବରେ କେରଳ ଓ କର୍ଣ୍ଣାଟକରେ ପ୍ରବଳ ପବନ ସହ ବର୍ଷା ହେବାର ଅନୁମାନ କରାଯାଉଛି । ଆସନ୍ତା ୧୪ ତାରିଖ ପର‌୍ୟ୍ୟନ୍ତ ବାତ୍ୟାର ପ୍ରଭାବ ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version