ଭୁବନେଶ୍ୱର ୮/୬ : ଆଜି ମୈାସୁମୀ କେରଳ ଛୁଇଁଛି । ଆଗାମୀ ସାତଦିନ ମଧ୍ୟରେ ମୈାସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଯେକୌଣସୀ ସମୟରେ ମୌସୁମୀ କେରଳ ଛୁଇଁବ ବୋଲି ପୂର୍ବରୁ କୁହାଯାଇଥିଲା । କିନ୍ତୁ ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ମୌସୁମୀ କେରଳ ଛୁଇଁଛି । ଫଳରେ ରାଜ୍ୟର କିଛି ଅଂଚଳରେ ବର୍ଷା ଆରମ୍ଭ ହୋଇଛି । ଏହିପରି ସ୍ଥିତିରେ ପାଗ ଅନୂକୂଳ ରହିଲେ ଆଗାମୀ ସାତଦିନ ମଧ୍ୟରେ ମୈାସୁମୀ ଓଡ଼ିଶା ଛୁଇଁବା ନେଇ ଅନୁମାନ କରାଯାଇଛି । ଏହା ପ୍ରଭାବରେ ଆସ୍ତା ୧୩ତାରିଖରୁ ଓଡ଼ିଶାରେ ପ୍ରାକ୍ ମୈାସୁମୀ ବର୍ଷା ଆରମ୍ଭ ହେବ । ଆଉ ଦୁଇ ଦିନ ଯାଏଁ ରାଜ୍ୟରେ ପାଗ ମେଘୁଆ ରହିବ । ଏହି ଦୁଇ ଦିନ ପରେ ଓଡ଼ିଶାରେ ତାପମାତ୍ର ସାମାନ୍ୟ ବଡିବାର ସମ୍ଭାବନା ରହିଛି ।