ରାଜ୍ୟ

ଆରମ୍ଭ ହେଲା ରାଜ୍ୟର ପ୍ରଥମ ବୋଟ୍ ଆମ୍ବୁଲାନ୍ସ ସେବା

Published

on

କେନ୍ଦ୍ରାପଡା ୬/୩ : ଆମ୍ବୁଲାନ୍ସ ନଥିବାରୁ ଅନେକ ସମୟରେ ଲୋକଙ୍କ ଜୀବନ ଚାଲିଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ବୋଟ୍ ଆମ୍ବୁଲାନ୍ସ ସେବା । କେନ୍ଦ୍ରାପଡାର ମହାକଳାପଡା ବତୀଘରେ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି । ଏହି ଆମ୍ବୁଲାନ୍ସ ନଦୀରେ ଚାଲିବ । ଏହି ଆମ୍ବୁଲାନ୍ସରେ ଅକ୍ସିଜେନ, ସାଲାଇନ ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ରହିବ । ଆଉ ରୋଗୀକୁ ପ୍ରାଥମିକ ସେବା ଯୋଗାଇଦିଆଯିବ । ଆମ୍ବୁଲାନ୍ସରେ ଜଣେ ଫାର୍ମାସିଷ୍ଟ, ଜଣେ ଆଟେଣ୍ଡାଂଟ ଓ ଦୁଇଜଣ କର୍ମଚାରୀ ରହିବେ । ବୋଟ ଆମ୍ବୁଲାନ୍ସ ସେବା ଦ୍ୱାରା ସ୍ଥାନୀୟ ଅଂଚଳରେ ପ୍ରାୟ ୨୦ ହଜାର ଲୋକ ଉପକୃତ ହୋଇପାରିବେ ।

Leave a Reply

Your email address will not be published. Required fields are marked *

Trending

Exit mobile version