ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରବାସୀ ଓଡ଼ିଆଙ୍କ ପ୍ରତ୍ୟବର୍ତ୍ତନ ସମ୍ପର୍କରେ କଥାବାର୍ତା ହେଲେ ।
ଭିଡ଼ିଓ କଂଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ.ୟେଦୃପ୍ପାଙ୍କୁ ସେମାନଙ୍କ ରାଜ୍ୟରେ ରହିଥିବା ଓଡ଼ିଆ ଶ୍ରମିକ,ଛାତ୍ର ଛାତ୍ରୀ,ବୃତିଧାରୀ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କୁ ଫେରାଇବାର ବନ୍ଦୋବସ୍ତ କରିବାକୁ ଅନୁରୋଧ କରିଥିଲେ ।
ଅନ୍ଧ୍ରରୁ ୧୯୧୪ ଜଣ ଫେରିବାର ଥିବାବେଳେ କର୍ଣ୍ଣାଟକରୁ ୧୫୦୦୦ ଫେରିବାର ଅଛନ୍ତି ।
ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାରେ ସଫଳତାର ସହ କରୋନାର ମୁକବିଲା କରିଥିବାରୁ ପ୍ରସଂଶା କରିଥିଲେ।
ଏହି ଅବସରରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଆସିତ ତ୍ରିପାଠୀ କର୍ଣ୍ଣାଟକର ମୁଖ୍ୟ ଶାସନ ସଚବଙ୍କ ସହ କଥା ହୋଇଥିଲେ।
ଏହି ଭିଡ଼ିଓ କଂଫେରେନ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରୁ ଯୋଗ ଦେଇଥିଲେ।