ମୋହନା ୩୦/୧ : ଆନ୍ଧ୍ରପ୍ରଦେଶରେ ୩ଜଣ ଯୁବକଙ୍କୁ ଅଟକ ରଖାଯାଇଛି । ଯୁବକମାନେ ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକ କିର୍ତ୍ତିଙ୍ଗ ଗ୍ରାମର ବାସିନ୍ଦା । ସେମାନେ ଏକ କମ୍ପାନୀରେ ସେଲ୍ସମ୍ୟାନ ରୂପେ କାର୍ଯ୍ୟ କରୁଥିଲେ । ତେବେ କମ୍ପାନୀର ୨ ଲକ୍ଷ ୪୦ ହଜାର ଟଙ୍କା ଏପଟ ସେପଟ ହୋଇଥିବା ଅଭିଯୋଗରେ ସଂସ୍ଥାର ମାଲିକ ସେମାନଙ୍କୁ ଅଟକ ରଖିଥିବା ଅଭିଯୋଗ ହୋଇଛି ।