ଦେଶ ବିଦେଶ

ଆତଙ୍କବାଦକୁ ସଂରକ୍ଷଣ ଦେଉଥିବା ରାଷ୍ଟ୍ର ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍ : ସୁଷମା ସ୍ୱରାଜ

Published

on

ଅବୁଧାବି ୧/୩ : ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ଅବୁଧାବିରେ ମୁସଲିମ ଦେଶ ସଙ୍ଗଠନର ଅରଗାନାଇଜେଶନ ଅଫ ଇସଲାମିକ କୋ ଅପରେଶନ ବୈଠକରେ ଆତଙ୍କବାଦର ମୁଦ୍ଦା ଉଠାଇଛନ୍ତି । ଆତଙ୍କବାଦ ବିରୋଧରେ ଲଢେଇ କୌଣସୀ ଜାତି ବିରୋଧରେ ନୁହେଁ ବୋଲି ସେ କହିଛନ୍ତି । ଋକବେଦ ବିଷୟରେ କହିବାକୁ ଯାଇ ସୁଷମା କହିଛନ୍ତି କି, ଭଗବାନ ଜଣେ ଏବଂ ସବୁ ଧର୍ମର ଅର୍ଥ ହେଉଛି ଶାନ୍ତି । ଓଆଇସି ମିଟିଙ୍ଗରେ ଭାରତକୁ ଗେଷ୍ଟ ଅଫ ଅନରର ନିମନ୍ତ୍ରଣ ପଠାଯାଇଥିଲା ।
ଓଆଇସି ମଂଚରୁ ସୁଷମା ଜୋର ଦେଇ କହିଛନ୍ତି କି, ଦୁନିଆ ଆଜି ଆତଙ୍କବାଦୀଙ୍କ ସମସ୍ୟାରେ ଅତିଷ୍ଠ ହୋଇ ପଡିଛି । ଆତଙ୍କୀ ସଙ୍ଗଠନର ଟେରର ଫଣ୍ଡିଙ୍ଗ୍ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍ । ସେ ପାକିସ୍ତାନର ନାମ ନନେଇ ଆତଙ୍କବାଦ ବିଷୟରେ କହିଛନ୍ତି ଯାହାକି ଦୀର୍ଘ ଦିନ ଧରି ଭାରତ ସହ୍ୟ କରି ଆସୁଛି । ଆତଙ୍କବାଦ ଏବଂ ଅତିବାଦ ନୂଆ ସ୍ତରକୁ ଉଠି ଗଲାଣି । ଆତଙ୍କବାଦକୁ ସଂରକ୍ଷଣ ଦେଉଥିବା ରାଷ୍ଟ୍ର ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍ । ସେ କହିଛନ୍ତି କି, ଯେଉଁଭଳି ଭାବରେ ଇସଲାମର ଅର୍ଥ ହେଉଛି ଶାନ୍ତି ଆହ୍ଲାଙ୍କର ୯୯ନାମ ରହିଛି । ତାଙ୍କର କୋଣସୀ ନାମର ଅର୍ଥ ହିଂସା ନାହିଁ । ସେହି ଭଳି ସବୁ ଧର୍ମ ଶାନ୍ତି ପାଇଁ ରହିଛି ।
ଭାରତରେ ସବୁ ଧର୍ମ ପ୍ରତି ସମ୍ମାନ ରହିଛି । ତେବେ ପାକିସ୍ତାନର ତମାମ ପ୍ରୟାସ ସତ୍ୱେ ମଧ୍ୟ ଓଆଇସି ଭାରତକୁ ପଠାଇଥିବା ନିମନ୍ତ୍ରଣ ରଦ୍ଦ କରି ନାହିଁ । ଏହା ଭାରତର ଏକ ବଡ କୂଟନୈତିକ ଜିତ । କିନ୍ତୁ ପାକିସ୍ତାନ ଏହି ନିମନ୍ତ୍ରଣକୁ ରଦ୍ଦ କରିବା ପାଇଁ ଚେଷ୍ଟା କରିଥିଲା । ଏହି ଦାବୀ ଖାରଜ ହେବା ପରେ ପାକିସ୍ତାନ ଓଆଇସି ବୈଠକରୁ ବାହାରି ଯାଇଛି । ଭାରତର ନିମନ୍ତ୍ରଣକୁ ରଦ୍ଦ କରିବା ପାଇଁ ପାକିସ୍ତାନ କିଭଳି ଭାବରେ ଚେଷ୍ଟା କରୁଥିଲା ତାହା ତାଙ୍କର ବୈଧେଶିକ ସାଂସଦଙ୍କ ମୁଖରୁ ଭଲ ରୂପରେ ସ୍ପଷ୍ଟ ହେଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version