ନୂଆଦିଲ୍ଲୀ ୧୩/୩ : ଆଉ ଉଡିବନି ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ । ଭାରତ ସରକାର ଲଗାଇଲେ କଟକଣା । ଇଥିଓପିଆରେ ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ ଦୁର୍ଘଟଣା ପରେ ଏହା ଉପରେ କଟକଣା ଲଗାଇଛନ୍ତି । ଗତକାଲି ରାତିରେ ବେସାମରିକ ବିମାନ ଚଳାଚଳ ବିଭାଗ ଏନେଇ କଟକଣା ଜାରି କରିବା ସହ ଆଜି ସୁରେଶ ପ୍ରଭୁ ଏନେଇ ବିଭିନ୍ନ ବିମାନ କମ୍ପାନୀ ଓ ଏଜେନ୍ସି ସହିତ ଜରୁରୀ ବୈଠକ ଡାକିଛନ୍ତି ।
ଏଥିରେ ଖାସ୍ କରି ଯାତ୍ରୀଙ୍କ ସମସ୍ୟା ନେଇ ଆଲୋଚନା କରିବା ପରେ ପରବତ୍ତୀ ନିଷ୍ପତି ନିଆଯିବ ବୋଲି କୁହାଯାଇଛି । ବିଭାଗ କହିଛି ବୋଇଂ ୭୩୭ ବିମାନର ସୁରକ୍ଷା ନେଇ ଯାଂଚ ପୁରା ନହେବା ଯାଏ ଏହି ବିମାନକୁ ଭାରତରେ ଉଡାଣ ଅନୁମତି ଦିଆଯିବ ନାହିଁ । ଇଥିଓପିଆରେ ବୋଇଂ ବିମାନ ଦୁର୍ଘଟଣା ପରେ ସାରାବିଶ୍ୱରେ ଏହି କାଟାଗୋରୀର ବିମାନକୁ ନେଇ ଏବେ ଆତଙ୍କ ଦେଖା ଦେଇଛି । କାରଣ ଗତ ୬ ମାସ ମଧ୍ୟରେ ବୋଇଂ ୭୩୭ ମ୍ୟାକ୍ସ ୮ ବର୍ଗର ୨ଟି ବିମାନ ଦୁର୍ଘଟଣା ଘଟି ସାରିଲାଣି ।