ଦିଲ୍ଲୀ ୬/୬ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଛି ଉଚ୍ଚସ୍ତରୀୟ ବୈଠକ । ସୂଚନା ଅନୁସାରେ ଏହି ବୈଠକରେ ଉପସ୍ଥିତ ଅଛନ୍ତି ର ନିର୍ଦେଶକ, ଗୁଇନ୍ଦା ନିର୍ଦେଶକ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଦୋଭାଲ । ଅମିତ ଶାହା ଦେଶର ଗୃହମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ସୁରକ୍ଷା ସଂସ୍ଥା ଅଧିକାରୀଙ୍କ ସହ ପ୍ରଥମ ବୈଠକ । ଗତକାଲି ଶ୍ରୀନଗରରେ ଇଦ୍ ର ନମାଜ ପରେ ଦେଖିବାକୁ ମିଳିଥିଲା ଆଇଏସଆଇଏସ ପତାକା ସହ ପାକିସ୍ତାନର ପତାକା ।
ଶତାଧିକ ଦୁବୃତ ଜାକିର ମୂଷା ନାମର ବ୍ୟାନର ଧରି , କାଶ୍ମୀର ବନେଗା ପାକିସ୍ତାନ ନାରା ବି ଦେଉଥିଲେ । ଗୋଟିଏ ପଟେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ କାର୍ୟ୍ୟକଳାପ ଜାରି ରହିଥିବା ବେଳେ , ଦେଶର ଅଭ୍ୟନ୍ତରୀଣ ସୁରକ୍ଷା ନେଇ ବୈଠକ କରୁଛନ୍ତି ଶାହା ।