ନୂଆଦିଲ୍ଲୀ ୨/ ୩ : ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସାକ୍ଷାତ କରିଛନ୍ତି ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ । ପାକିସ୍ତାନରେ ୬୦ ଘଣ୍ଟା ରହି ଫେରିବା ପରେ ଆଜି ଅଭିନନ୍ଦନଙ୍କୁ ସାକ୍ଷାତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ବାୟୁସେନାର ଏୟାର ଚିଫ ମାର୍ସଲ ବିଏସ ଧନୋଆ ମଧ୍ୟ ସାକ୍ଷାତ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଶନିବାର ଅପରାହ୍ନରେ ଦିଲ୍ଲୀ ସ୍ଥିତ ସେନାରେ ରିସର୍ଚ ଏବଂ ରେଫରଲ ହସ୍ପିଟାଲରେ ପହଞ୍ଚି ଅଭିନନ୍ଦନଙ୍କ ସହ କଥା ହୋଇଥିଲେ । କୁହାଯାଉଛି ଯେ ଏହି ସମୟରେ ଓ୍ଵିଙ୍ଗ କମାଣ୍ଡର ପାକିସ୍ତାନରେ ଅଟକଥିବା ସମୟରେ ବିତାଇଥିବା ଘଟଣା ବିଷୟରେ ସୂଚନା ଦେଇଛନ୍ତି। ପାକିସ୍ତାନ କବଜାରୁ ଶୁକ୍ରବାର ରାତିରେ ଦେଶକୁ ଫେରିବା ପରେ ଏଠାରେ ତାଙ୍କର ମେଡିକାଲ ଚେକ୍ ଅପ କରାଯାଇଥିଲା। ସେ ସଂପୂର୍ଣ୍ଣ ସୁସ୍ଥ ଥିବା ମେଡ଼ିକାଲ ଚେକ୍ ଅପରୁ ଜଣା ପଡ଼ିଛି। ତାଙ୍କୁ ରବିବାର ହସ୍ପିଟାଲରୁ ଛୁଟି ଦିଆଯାଇପାରେ।
ଶୁକ୍ରବାର ପାକିସ୍ତାନ କବଜାରୁ ଦେଶକୁ ଅଭିନନ୍ଦନଙ୍କ ଫେରିବା ଉପରେ ସୀତାରମଣ ଟ୍ଵିଟ୍ କରି କହିଥିଲେ ଯେ, ତାଙ୍କ ଉପରେ ପୂରା ଦେଶ ଗର୍ବିତ। ବାୟୁସେନା ଅଧିକାରୀ କହିଛନ୍ତି ଯେ, ପାକିସ୍ତାନରୁ ମୁକ୍ତ ହେବା ପରେ ତାଙ୍କର ଅନେକ ମେଡିକାଲ ଟେଷ୍ଟ କରାଯାଇଛି। ହସ୍ପିଟାଲରେ ଭର୍ତ୍ତି ସମୟରେ ଅଭିନନ୍ଦନଙ୍କୁ ତାଙ୍କର ପରିବାର ସଦସ୍ୟ ଓ ବାୟୁସେନାର ଶୀର୍ଷ ଅଧିକାରୀ ସାକ୍ଷାତ କରିଛନ୍ତି। ଶୁକ୍ରବାର ରାତି ୧୧ଟା ୪୫ରେ ସେ ଦିଲ୍ଲୀରେ ପହଞ୍ଚିଥିଲେ। ଏହା ପରେ ତାଙ୍କୁ ବାୟୁସେନାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।