Connect with us

ପ୍ରେମ ଶାଶ୍ୱତ ଓ ଚିରନ୍ତନ। ଯେତେବେଳେ ଜଣେ ଯୁବତୀ ଓ ଜଣେ ଯୁବକଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠେ ସେତେବେଳେ ସେମାନେ ସ୍ୱପ୍ନ ରାଇଜରେ ଉଡ଼ି ବୁଲନ୍ତି। ତାଙ୍କ ଭଲପାଇବାରେ କେବେ ଅଶାନ୍ତର ଝଡ଼ ନବହୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି। ହେଲେ ଯେତେବେଳେ ଏହି ପବିତ୍ର ପ୍ରେମ ସମ୍ପର୍କରେ ଅବିଶ୍ୱାସର ଝଡ଼ ଆସେ ସେତେବେଳେ ପ୍ରେମ ଜୁଆରରେ ସୃଷ୍ଟି ହୋଇଥାଏ ଭଟ୍ଟା।
ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ। ପିଶାଚ ସାଜିଛି ପ୍ରେମିକ ।
ପ୍ରେମିକାର ଅଶ୍ଲୀଳ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି।ପ୍ରେମିକାଙ୍କ ପରିବାରରେ ଆତ୍ମିୟତାର ସମ୍ପର୍କ ସୃଷ୍ଟି କରି ତାଙ୍କ ଘରକୁ ଅବାଧ ପ୍ରବେଶର ସ୍ୱୀକୃତି ପାଇଥିଲା ପ୍ରେମିକ ଜଣକ। ପ୍ରଥମେ ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲା ଏହି ପିଶାଚ ଯୁବକ । ଭଲପାଇବା ଏତେ ନିବିଡ଼ତା ଧିରେଧିରେ ଶାରୀରିକ ସମ୍ପର୍କରେ ପରିଣତ ହୋଇଥିଲା । ପରସ୍ପର ପରସ୍ପରକୁ କଥା ଦେଇଥିଲେ କି ସାରାଜୀବନ ସାଥୀ ହୋଇ ରହିବାକୁ। କିଛି ଦିନ ପରେ ପ୍ରେମିକ ଜଣକ ପ୍ରେମିକାଙ୍କ ପରିବାର ଏକ ପ୍ରକାର ସଦସ୍ୟ ବନି ଯାଇଥିଲା। ପ୍ରେମିକାର ମା’ ବାପା ପ୍ରେମିକକୁ ନିଜ ପୁଅ ଭଳି ଦେଖୁଥିଲେ। ହେଲେ ପିଶାଚ ପ୍ରେମିକର ମନରେ ଭରି ରହିଥିଲା ସୈତାନୀ ଭାବନା। ପ୍ରଥମେ ବଡ଼ ଭଉଣୀଙ୍କୁ ଭଲପାଉଥିବା ପ୍ରେମିକ ଜଣକ ପୁଣି ଭଲପାଇବା ଆରମ୍ଭ କଲା ସାନ ଭଉଣୀଙ୍କୁ। ବଡ଼ ଭଉଣୀର ଅଜାଣତରେ ସାନ ଭଉଣୀଙ୍କୁ ଅଧିକ ଭଲପାଇ ବସିଲା ଯୁବକ ଜଣକ। ନାବଳିକା ସାନ ଭଉଣୀ ଯୁବକର ପ୍ରେମ ଫାସରେ ଆବଦ୍ଧ ହୋଇ ପଡ଼ିବା ଫଳରେ ଆରମ୍ଭ ହୋଇଥିଲା ଦୈହିକ ସମ୍ପର୍କ।ବଡ଼ ଓ ସାନ ଭଉଣୀଙ୍କ ସହିତ ଦୈହିକ ସମ୍ପର୍କ ରଖିବାକୁ ଲାଗିଲା ଯୁବକ। ଏପରିକି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ କୌଶଳ କ୍ରମେ ଉଠାଇ ନେଇଥିଲା ଏହି ଯୁବକ।କିଛି ଦିନ ତଳେ ସାନ ଭଉଣୀ ସହିତ ଯୁବକ ଜଣକର ଗୁପ୍ତ ପ୍ରେମ ଧରା ପଡ଼ିଯାଇଥିଲା ବଡଭଉଣୀ ପାଖରେ। ଏହାପରେ ଆରମ୍ଭ ହୋଇଥିଲା ଝଡ଼। ଯୁବତୀ ଜଣକ ପ୍ରତାରକ ପ୍ରେମିକକୁ ଖୁଲମଖୁଲା ବିରୋଧ କରିବାକୁ ଆରମ୍ଭ କଲା।
ଏପରିକି ତାଙ୍କ ଘରକୁ ଆସିବାକୁ ବାଟ ବନ୍ଦ କରିବାକୁ ବାପା ମା’କୁ କହିଲା। ପରିବାର ଲୋକଙ୍କ ମନରେ ଆରମ୍ଭ ହେଲା ସନ୍ଦେହ। ହଠାତ୍ କ’ଣ ପାଇଁ ସେହି ଯୁବକକୁ ତାଙ୍କ ଘରକୁ ଆସିବାକୁ ବାରଣ କରୁଛି ଝିଅ ବୁଝି ପାରିଲେନି ବାପା ମା’।କିଛିଦିନର ପରେ ପିଶାଚ ପ୍ରେମିକର ସୈତାନୀ ଦିମାକ ଚଳଚଞ୍ଚଳ ହେବାକୁ ଲାଗିଲା। ପ୍ରଥମେ ପ୍ରେମିକାଙ୍କ ପରିବାରକୁ ଧମକ ଦେଲା କି ତା ସହିତ ଯଦି ସମ୍ପର୍କ ଛିନ୍ନ କରିବାକୁ ଚେଷ୍ଟା କରିବ ତେବେ ତୁମ ପରିବାରର ଇଜ୍ଜତକୁ ବିଚ ବଜାରରେ ନିଲାମ କରିଦେବ। ନିଜର ସମ୍ମାନ ବଞ୍ଚାଇବାକୁ ପ୍ରେମିକାଙ୍କ ପରିବାର ନିରବ ରହିବାକୁ ବାଧ୍ୟ ହୋଇଥିଲେ। ହେଲେ ଏତିକିରେ ଚୁପ୍ ବସି ନଥିଲା ଯୁବକ ଜଣକ। ଦୁଇ ଭଉଣୀଙ୍କ ସହିତ ରଖିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ହ୍ୱାଟ୍ସଆପ୍ରେ ଭାଇରାଲ କରିଦେଲା। ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ଏହି ଅଶ୍ଲୀଳ ଭିଡିଓ।ମୋବାଇଲରେ ଏହି ଭିଡିଓ ଘୂରିବୁଲିବା ଖବର ଯୁବତୀଙ୍କ ପରିବାରରେ ପହଞ୍ଚିବା ପରେ ମାନସିକ ଦୁଶ୍ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି। ମାନସିକ ଭାରାକ୍ରାନ୍ତ ପରିବାରର ଲୋକେ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି। ପାଟକୁରା ଥାନା ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଦୁଇ ଭଉଣୀଙ୍କ ଡାକ୍ତରୀ ପରୀକ୍ଷା କରିଛି ପୋଲିସ। ଅଭିଯୁକ୍ତ ଯୁବକ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡର ଧାର ୩୭୬ (ସସ)(ଦ୍ଭ), ୫୦୬, ୫୦୯, ୨୯୨ ଓ ସୂଚନା ପ୍ରସାରଣ ଆଇନ ୨୦୦୦ର ୬୭, ୬୭(ଏ), ୬୭(ବି) ଏବଂ ପୋକ୍ସୋ ଆକ୍ଟର ୬ ଧରାରେ ମାମଲା କରିଛି ପୋଲିସ୍। ଅଭିଯୁକ୍ତ ଯୁବକକୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନିରାଶ ହୋଇଛି।

ସ୍ପେଶାଲ ରିପୋର୍ଟ

ରାଜ୍ୟର ବିଦ୍ୟୁତ ପିକ ଡିମାଣ୍ଡ ଚାହିଦା ୨୦୨୯-୩୦ ସୁଦ୍ଧା ୧୦ ହଜାର ମେଗା ୱାଟ୍‌ରେ ପହଞ୍ଚିବ 

Published

on

ଭୁବନେଶ୍ୱର:ଓଡିଶାର ବିଦ୍ୟୁତ ପିକ ଡିମାଣ୍ଡ ୨୦୨୯-୩୦ ସୁଦ୍ଧା ୧୦ ହଜାର ମେଗା ୱାଟ୍‌ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି l ଏବଂ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି l

ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷାରେ ଶକ୍ତି ବିଭାଗ ଉପରେ ନ୍ୟସ୍ତ ଥିବା ଶକ୍ତି ଉତ୍ପାଦନ, ବିଦ୍ୟୁତ ସରବରାହ ଓ ବଣ୍ଟନ ବ୍ୟବସ୍ଥା ଉପରେ ବିଷଦ ଆଲୋଚନା ହୋଇଥିଲା।

 

ଆଲୋଚନାରୁ ଜଣାଯାଇଛି ଯେ ରାଜ୍ୟରେ ପ୍ରାୟ ୧ କୋଟି ବିଦ୍ୟୁତ ଉପଭୋକ୍ତା ଅଛନ୍ତି। ସେମାନଙ୍କ ପାଇଁ ନିରବଚ୍ଛିନ୍ନ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ଦୃତ ଶିଳ୍ପାୟନ, ଆର୍ଥିକ ଅଭିବୃଦ୍ଧି ଯୋଗୁଁ ରାଜ୍ୟରେ ବିଦ୍ୟୁତ ଚାହିଦା ଦ୍ରୁତ ଗତିରେ ବଢୁଛି। ଆସନ୍ତା ପାଞ୍ଚ ବର୍ଷ ଅର୍ଥାତ ୨୦୨୯-୩୦ ବେଳକୁ ବିଦ୍ୟୁତ ଚାହିଦାକୁ ଆଖି ଆଗରେ ରଖି ବିଦ୍ୟୁତ ଉତ୍ପାଦନ, ସରବରାହ ଏବଂ ବିତରଣ ବ୍ୟବସ୍ଥାର ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

 

୨୦୨୯-୩୦ ବେଳକୁ ରାଜ୍ୟରେ ପିକ୍ ଡିମାଣ୍ଡ ପ୍ରାୟ ୧୦ ହଜାର ମେଗା ୱାଟ୍‌ ରହିବ। ଏହି ଚାହିଦା ପୂରଣ କରିବା ପାଇଁ ଏକ ରୋଡ୍ ମ୍ୟାପ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇଁ ନୂଆ ପ୍ରାଇମେରୀ ସବ୍‌ ଷ୍ଟେସନ, ନୂଆ ୩୩ କେଭି ଏବଂ ୧୧ କେଭି ଲାଇନ୍‌ ଆଦି ଭିତ୍ତିଭୂମିର ବିକାଶ ଆବଶ୍ୟକ। ଏଥି ସହିତ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ୩୩/୧୧ କେଭି ଫିଡର ଗୁଡିକୁ ସୁଦୃଢ କରିବା ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ବସାଇବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ବଜେଟ୍‌ରେ ବିଦ୍ୟୁତ କ୍ଷେତ୍ରପାଇଁ ଆବଶ୍ୟକୀୟ ବ୍ୟୟ ବରାଦ କରି ରାଜ୍ୟକୁ ସଦାସର୍ବଦା ଶକ୍ତି କ୍ଷେତ୍ରରେ ବଳକା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବିଦ୍ୟୁତ ବିତରଣ ସମ୍ପର୍କିତ ସମସ୍ତ ଅଭିଯୋଗର ସମୟାନୁଯାୟୀ ସମାଧାନ, ଅକ୍ଷୟ ଶକ୍ତିର ବିକାଶ ଏବଂ ବ୍ୟବହାର ବୃଦ୍ଧି, ପ୍ରାକୃତିକ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ, ବିଦ୍ୟୁତ କ୍ଷେତ୍ର ପାଇଁ ଦକ୍ଷ ଏବଂ ଆବଶ୍ୟକୀୟ ମାନବ ସମ୍ବଳ ନିଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀ ମାନଙ୍କୁ ପରାମର୍ଶ ଦେବା ସହିତ ବାତ୍ୟ ‘ଦାନା’ ପରବର୍ତ୍ତୀ ସମୟରେ ତୁରନ୍ତ ବିଦ୍ୟୁତ ଯୋଗାଣ ସ୍ବାଭାବିକ କରିଥିବାରୁ ଶକ୍ତି ବିଭାଗ ତଥା ସମସ୍ତ ବିତରକ କମ୍ପାନୀ ମାନଙ୍କୁ ସାଧୁବାଦ ଜଣାଇଥିଲେ।

ବୈଠକରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ  କନକ ବର୍ଦ୍ଧନ ସିଂହ ଦେଓ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ  ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଓପିଟିସିଏଲ ଓ ଓଏଚପିସିର ନିର୍ଦ୍ଦେଶକ ବୃନ୍ଦ, ସମସ୍ତ ବିତରଣ କମ୍ପାନୀର ସିଇଓ ମାନେ ଯୋଗଦେଇ ଥିଲେ।

Continue Reading

ସ୍ପେଶାଲ ରିପୋର୍ଟ

ଶାୟା ପିନ୍ଧିଲେ ହେବକି କ୍ୟାନ୍ସର!

Published

on

ଭୁବନେଶ୍ୱର : ଦେଶରେ ଅନେକ ମହିଳା ଶାଢ଼ୀ ତଳେ ଶାୟା ପିନ୍ଧନ୍ତି l ତେବେ ଶାୟା ପିନ୍ଧିଲେ କଣ ମାରାତ୍ମକ ବ୍ୟାଧି କ୍ୟାନ୍ସର ହୋଇପାରେ?

ସାଧାରଣତଃ ମହିଳାମାନେ ଶାୟା ପିନ୍ଧିବା ବେଳେ ଶାୟାର ଫିତାକୁ ଅଂଟାରେ କଷିକରି ବାନ୍ଧନ୍ତି l ଏହା ଫଳରେ କ୍ୟାନ୍ସର ହେବାର ସମ୍ଭାବନା ରହିଛି l

ଜବାହାରଲାଲ ନେହରୁ ମେଡିକାଲ କଲେଜର ଡାକ୍ତରଙ୍କ ମତରେ ଶାୟା ପିନ୍ଧାରୁ ମାର୍ଯୋଲିନ ଅଲସର (Marjolin ulcer) ବା ସ୍କିନ କ୍ୟାନ୍ସର ହେବାର ସମ୍ଭାବନା ରହିଛି l ମଧ୍ୟ ପ୍ରଦେଶର ୱାରଧାସ୍ଥିତ ମେଡିକାଲ କଲେଜର ଡାକ୍ତରମାନଙ୍କ କହିବା କଥା ଯେ ଶାୟା ନାଡ଼ାର ଅଣ୍ଟାର ମାଂସପେଶୀ ଉପରେ ଚାପ ଏବଂ ଘର୍ଷଣ ଯୋଗୁଁ ଚର୍ମରେ ଜ୍ୱଳନ ସୃଷ୍ଟି ହୋଇଥାଏ ଏବଂ ଏହା ଫଳରେ କ୍ୟାନ୍ସର ହୋଇପାରେ l ଯାହାକୁ ସେମାନେ petticot cancer ବା ଶାୟା କ୍ୟାନ୍ସର l ଏହି ଦୁରାରୋଗର ଶିକାର ହୋଇଥିବା ଦୁଇଜଣ ମହିଳାଙ୍କୁ ଚି଼ହ୍ନଟ କରିଥିବା କଥା ସେମାନେ ବିଏମଜେ କେଶ ରିପୋର୍ଟ ନାମକ ଡାକ୍ତରୀ ପତ୍ରିକାରେ ଉଲ୍ଲେଖ କରିଛନ୍ତି l ବହୁଦିନ ଅଣ୍ଟାରେ ଦେଖା ଦେଇଥିବା ଘା’ ଭଲ ନହେବାରୁ ମହିଳାଙ୍କର  ଵୟୋପସି କରାଯାଇଥିଲା l ଷାଠିଏ ଏବଂ ସତୁରୀ ବର୍ଷର ମହିଳା ଦୁଇ ଜଣଙ୍କୁ ସେମାନଙ୍କ ଅଣ୍ଟାରେ ଦେଖା ଦେଇଥିବା ଘା’ ର ଅସ୍ତ୍ରୋପ୍ରଚାର ନିମନ୍ତେ ଅଙ୍କୋଲୋଜି ଅର୍ଥାତ କ୍ୟାନ୍ସର ବିଭାଗକୁ ପଠା ଯାଇଥିଲା

କେବଳ ୱାରଧା ନୁହଁ ଏହିଭଳି ଘଟଣା ଚେନେଇ, ବାଙ୍ଗାଲୁରୁ ଓ ମୁମ୍ବାଇ ଚି଼ହ୍ନଟ ହୋଇଛି l

ଆଗରୁ ଏହାକୁ ଶାଢ଼ୀ କ୍ୟାନ୍ସର ବୋଲି କୁହା ଯାଉଥିଲା l କିନ୍ତୁ ପ୍ରକୃତରେ ଏହା ଶାୟା ପିନ୍ଧାରୁ ହେଉଥିବା ଜଣା ପଡିଛି l

କେବଳ ଶାୟା ପିନ୍ଧିବାରୁ ନୁହେଁ ଧୋତି ପିନ୍ଧାରୁ ମଧ୍ୟ ସ୍କିନ କ୍ୟାନ୍ସର ହୋଇପାରେ l ପ୍ରାୟ ଅଶି ବର୍ଷ ତଳେ ଜଣେ ଭାରତୀୟ ପାଥୋଲୋଜିଷ୍ଟ ଏହିଭଳି ଆଠଜଣ କ୍ୟାନ୍ସର ରୋଗୀଙ୍କୁ ଚି଼ହ୍ନଟ କରିଥିଲେ l

ଶାୟା କ୍ୟାନ୍ସରରୁ ରକ୍ଷା ପାଇବାକୁ ହେଲେ ଶାୟାର ନାଡା ଢିଲା ବାନ୍ଧିବା ଆବଶ୍ୟକ l

 

Continue Reading

ସ୍ପେଶାଲ ରିପୋର୍ଟ

ଭୁବନେଶ୍ୱର ମଦର୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ‘ଅଙ୍କୁରମ’ ପାଳିତ

Published

on

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍‌-୧ସ୍ଥିତ ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଚଳିତ ନଭେମ୍ବର ୮ ତାରିଖ ଦିନ ଅତ୍ୟଧିକ ଉତ୍ସାହର ସହ ଏହାର ବାର୍ଷିକ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ଅଙ୍କୁରମ୍‌’ ଯାହାର ଅର୍ଥ ହେଉଛି ବଡ୍ ବା ଅଙ୍କୁର, ଯେଉଁଠାରେ ଜ୍ଞାନ ଅଙ୍କୁରିତ ହୋଇଥାଏ ଏବଂ ମାନବଜାତିର ହୃଦୟରେ ଜ୍ଞାନର ଆଲୋକ ବିକଶିତ ହୋଇଥାଏ ।

ଏହି ଅବସରରେ ବିଦ୍ୟାଳୟ ନିଜର ଉତ୍କର୍ଷତାର କାହାଣୀକୁ ପ୍ରସାରିତ କରିଛି । ଛାତ୍ରଛାତ୍ରୀମାନଙ୍କୁ ବାସ୍ତବ ଦୁନିଆର ଆହ୍ୱାନର ମୁକାବିଲା କରିବାର ଦକ୍ଷତା ସହିତ ସଜ୍ଜିତ କରିବା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ଜୀବନବ୍ୟାପୀ ଶିକ୍ଷଣ ଅଭିଜ୍ଞତା ଥିବା ବିଶ୍ୱନାଗରିକମାନଙ୍କ ମଧ୍ୟରେ ପରିଣତ କରିବା କାର୍ଯ୍ୟରେ ଅନୁଷ୍ଠାନର ଉତ୍କୃଷ୍ଟ ଯୋଗଦାନ ରହିଛି ।

ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଆରମ୍ଭ ହୋଇଥିଲା ଯେଉଁମାନଙ୍କ ମଧ୍ୟରେ ଡଃ କେ. ଶ୍ରୀନିବାସନ, ଆଂଚଳିକ ଅଧିକାରୀ/ଯୁଗ୍ମ ସଚିବ, ସେଂଟର ଅଫ୍ ଏକ୍ସିଲେନ୍ସ, ସିବିଏସ୍‌ଇ, ଭୁବନେଶ୍ୱର, ସ୍କୁଲର ପ୍ରନ୍ସିପାଲ ଓ ମେଂଟର ପୋଲି ପଟ୍ଟନାୟକ, ଭାଇସ୍ ପ୍ରିନ୍ସିପାଲ ଆଶା ଟିଆର୍‌, ନିର୍ଦ୍ଦେଶକ ଶ୍ରୀ ଶ୍ରୀଜିତ ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶକ ମିନତୀ ସାବତ, ଏକାଡେମିକ୍ ସୁପର୍‌ଭାଇଜର ଅମ୍ରିତା ଚୌଧୁରୀ ଓ ଏକପର୍ଣ୍ଣା ଚାଟାର୍ଜୀ, ହେଡ୍‌ମିଷ୍ଟ୍ରେସ ସନ୍ତୋଷୀ ମହାପାତ୍ର ପ୍ରମୁଖ ସାମିଲ ଥିଲେ ।

ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ଏବଂ ଅର୍କେଷ୍ଟ୍ରା ଦ୍ୱାରା ଚମତ୍କାର ପ୍ରଦର୍ଶନ ସହିତ ଦର୍ଶକମାନଙ୍କୁ ସ୍ୱାଗତ କରାଯାଇଥିଲା ଯାହା ଉତ୍ସବରେ ଏକ ଜୀବନ୍ତ ସ୍ପର୍ଶ ଯୋଗ କରିଥିଲା । ଯୁବ ପ୍ରଦର୍ଶନକାରୀମାନେ ଦର୍ଶକମାନଙ୍କୁ ନିଜର ଚତୁର, ମନୋହର  କଳା ପ୍ରଦର୍ଶନ ସହ ବିମୋହିତ କରିଥିଲେ । ଏହା ଏସ୍‌ଡିଜି ସହ ସମାନ୍ତରାଳ ଭାବେ ଗୌରବମୟ କାର୍ଯ୍ୟର ମିଶ୍ର ଗଣ ମାଧ୍ୟମରେ ଏକ ନୂତନ ଓ ଉଦୀୟମାନ ଭାରତର ପ୍ରତୀକାତ୍ମକ ପ୍ରଦର୍ଶନ ଥିଲା । ଏହା ପରେ ଏକ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା ଯାହା ବିଗତ ବର୍ଷଗୁଡିକରେ ସ୍କୁଲର ସ୍ମରଣୀୟ କାର୍ଯ୍ୟକ୍ରମ ଓ ସଫଳତାଗୁଡିକର ଏକ ଝଲକ ଦେଖାଇଥିଲା ।

ମୁଖ୍ୟ ଅତିଥି ଡଃ କେ. ଶ୍ରୀନିବାସନ ଏଭଳି ସାଂସ୍କୃତିକ ମହୋତ୍ସବର ମହତ୍ୱକୁ ହାଇଲାଇଟ୍ କରିଥିଲେ ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ‘ଅଙ୍କୁରମ୍‌’ର ମହତ୍ୱକୁ ଧାରଣ କରିବା କ୍ଷେତ୍ରରେ ସେମାନଙ୍କର ଚମତ୍କାର ପ୍ରୟାସ ପାଇଁ ପ୍ରଶଂସା କରିଥିଲେ

ସେ ଆହୁରି ମଧ୍ୟ କହିଥିଲେ ଯେ, ଏହା ସ୍କୁଲର ଚାରି କାନ୍ଥ ବାହାରେ ସେମାନଙ୍କର ସୃଜନଶୀଳତାକୁ  ନୂଆ ରୂପ ଦେବା ପାଇଁ ଏକ ମାଧ୍ୟମ । ଏହି ଶୁଭ ଅବସରରେ  ସ୍କୁଲର ବାର୍ଷିକ ପତ୍ରିକା ‘ପ୍ରକୃତି’ର ଉନ୍ମୋଚନ କରାଯାଇଥିଲା । ସମ୍ମାନିତ ପ୍ରିନ୍ସିପାଲ ତଥା ମେଂଟର ପୋଲି ପଟ୍ଟନାୟକ ସ୍କୁଲର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ । ନିଜ ଅଭିଭାଷଣରେ ପ୍ରିନ୍ସିପାଲ କହିଥିଲେ, “ଏହା କେବଳ ପୁରସ୍କାର ପ୍ରାପ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ ବରଂ ସ୍କୁଲର ସମସ୍ତ ଶିକ୍ଷକମାନଙ୍କ ପାଇଁ ଏକ ଗର୍ବର ମୁହୂର୍ତ ଅଟେ ଯିଏକି ଉତ୍କର୍ଷତାର ବିରାସତକୁ ଆଗକୁ ବଢାଇବା ଦିଗରେ ଏହି ଗୌରବ ଆଣିବା ଲାଗି ସେମାନଙ୍କ ସହ ପ୍ରତ୍ୟେକ ପର୍ଯ୍ୟାୟରେ ମିଳିତ ଭାବେ କାର୍ଯ୍ୟ କରିଛନ୍ତି । ସେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ପ୍ରଶଂସା କରିଥିଲେ ଏବଂ ଗୁରୁତ୍ୱ ଦେଇଥିଲେ ଯେ, ଏଭଳି ବିଶାଳ ସଫଳତା ସ୍କୁଲ ପାଇଁ କାର୍ଯ୍ୟ କରୁଥିବା ଟିମ୍‌ର ପ୍ରତ୍ୟେକ ସଦସ୍ୟଙ୍କ ମିଳିତ ଓ ଏକତ୍ରିତ ପ୍ରୟାସର ଫଳ । ସ୍କୁଲର ନିର୍ଦ୍ଦେଶକ ଶ୍ରୀଜିତ ପଟ୍ଟନାୟକ ସମସ୍ତ ଆଚିଭର୍ ଓ ଅଂଶଗ୍ରହଣକାରୀଙ୍କ ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ ଯାହା ‘ଅଙ୍କୁରମ୍‌’ର ମହତ୍ୱକୁ କ୍ୟାପ୍‌ଚର କରିଥିଲା । ପରିଚାଳନା ନିର୍ଦ୍ଦେଶକ ମିନତୀ ସାବତ ମଧ୍ୟ ସଫଳ ଛାତ୍ରଛାତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ ନିଜର ଭବିଷ୍ୟତର ଉଦ୍ୟମଗୁଡିକରେ ସଫଳ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ ।

ଏହି ଚମତ୍କାର ସନ୍ଧ୍ୟାରେ ସମ୍ମାନିତ ପ୍ରିନ୍ସିପାଲ ତଥା ମେଂଟର ପୋଲି ପଟ୍ଟନାୟକ ମୁଖ୍ୟ ଅତିଥି ଡଃ କେ. ଶ୍ରୀନିବାସନଙ୍କୁ ସମ୍ବର୍ନ୍ଧନା  ଦେଇଥିଲେ ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions