Connect with us

ଭୁବନେଶ୍ୱର: କାରୋନା ମହାମାରୀ ବିରୁଦ୍ଧରେ ସମଗ୍ର ମାନବ ସମାଜ ଲଢ଼େଇରେ ବ୍ୟାସ୍ତ ଥିବା ବେଳେ ଗୁଜବଖୋରମାନେ ସେମାନଙ୍କର ଅପରାଧିକ କାର୍ଯ୍ୟକଳାପ ରେ ବ୍ୟାସ୍ତ । ସରକାରଙ୍କ ମହାମାରୀ ମୁକାବିଲାକୁ ଭଣ୍ଡୁର କରିବାକୁ ଗୁଜବକାରୀମାନେ ସେମାନଙ୍କର  ତଥାକଥିତ ଗଣମାଧ୍ୟମକୁ ପୁରାଦମରେ କାର୍ଯ୍ୟରେ ନିୟୋଜିତ କରିଦେଇଛନ୍ତି।

ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକମାନେ କାରୋନା ଭୁତାଣୁକୁ ଜାଣିଶୁଣି ବ୍ୟାପୀବାରେ ଲାଗିଛନ୍ତି ବୋଲି ବିଭିନ୍ନ ଗୁଜବ ପ୍ରସାର କରି ଗୁଜବଖୋରମାନେ ଦେଶରେ ଦଙ୍ଗା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ଏହିଭଳି ଲକଡାଉନ ସମୟରେ ପୋଲିସକୁ ଅଧିକ କାମ କରିବାକୁ ପଡୁଛି । ଅନେକ ରାଜ୍ୟ ସରକାର ଗୁଜବକାରୀଙ୍କର ଏହି ଚକ୍ରାନ୍ତ କୁ ପଣ୍ଡ କରିବାରେ ସଫଳ ହୋଇଛନ୍ତି । ତେବେ ଏ ଦିଗରେ ମହାରାଷ୍ଟ୍ରର ଶିବସେନା ସରକାର, ଉତ୍ତର ପ୍ରଦେଶର  ଯୋଗୀ ଅଦିତ୍ୟନାଥ ସରକାର ଏବଂ ତେଲେଙ୍ଗାନାର ଚନ୍ଦ୍ରଶେଖର ସରକାରର ଉଦ୍ୟମ ବେଶ ପ୍ରଶଂସନୀୟ ।

ଗୁଜବକରୀମାନେ ଦେଶର ରେଳବାଇ ବ୍ୟବସ୍ଥାକୁ ବିଭ୍ରାଟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଭାରତୀୟ ରେଳବାଇ ବର୍ତମାନ ଲକଡାଉନ ସମୟରେ ଅତ୍ୟାବଶ୍ୟକ ଜିନିଷପତ୍ରର ପରିବହନ ପାଇଁ କେବଳ ମାଲଗାଡି ଚଳାଚଳ ଜାରି ରଖିଥିଲା ବେଳେ ଯାତ୍ରୀବାହୀ ରେଳ ଚଳାଚଳ ବନ୍ଦ ରଖିଛନ୍ତି । ତେବେ ଗୁଜବକାରୀ ମନେ ଆସନ୍ତା ଏପ୍ରିଲ 15 ତାରିଖରୁ ଯାତ୍ରୀବାହୀ ଟ୍ରେନ ଚାଲିବ ଏବଂ ବର୍ତମାନ ଟ୍ରେନ ଟିକଟ ବିକ୍ରି ଆରମ୍ଭ ହେଲାଣି କହି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ଆରମ୍ଭ କରିଦେଇଛନ୍ତି । ଏହା ବର୍ତମାନ ଭାରତୀୟ ରେଳବାଇର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ଟ୍ରେନ ଚଳାଚଳ ନେଇ ଜନସାଧାରଣଙ୍କର ଘନଘନ ପ୍ରଶ୍ନରେ ବ୍ୟତିବ୍ୟସ୍ତି ହୋଇ ରେଳବାଇ ଗତକାଲି ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଛନ୍ତି । ଯାତ୍ରୀବାହୀ ଟ୍ରେନ ଚଳାଚଳ ନେଇ ବର୍ତମାନ ସୁଦ୍ଧା କୌଣସି ନିଷ୍ପତି ହୋଇ ନାହିଁ କହିଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି ।

ଓଡ଼ିଶାରେ ମଧ୍ୟ ଗୁଜବଖୋରଙ୍କ ଦୌରାତ୍ମ୍ୟ କିଛି କାମ ନାହିଁ । ଗତକାଲି ରାଜ୍ୟ ପୋଲିସ 3 ଜଣ ଗୁଜବକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟ ସରକାର 63 ଜଣ ଗୁଜବକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଲାଣି।

ପୋଲିସ ଗୁଜବକାରୀଙ୍କର ନାମ ଠିକଣା ଓ ଫୋଟୋ ପ୍ରକାଶ କଲେ ଜନସାଧାରଣ ସେମାନଙ୍କର ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ସଚେତନ ରହି ପାରିବେ ।

Continue Reading
Click to comment

Leave a Reply

Your email address will not be published. Required fields are marked *

ଅପରାଧ

ଏବେ ବାବୁଙ୍କ ଗାଡି ଉପରେ ନଜର

Published

on

ଭୁବନେଶ୍ୱର: ଓଡିଶା ଭିଜିଲାନ୍ସ ପୋଲିସର ଆଖି ଏବେ ବାବୁଙ୍କ ଗାଡି ଉପରେ।

ବାବୁମାନେ ଚଢୁଥିବା ତିନୋଟି ଗାଡି ଉପରେ ଚଢ଼ାଉ କରି ଭିଜିଲାନ୍ସ ପୋଲିସ ଶନିବାର ପାଖାପାଖି ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଛନ୍ତି।

କେଉଁଝର ବୈତରଣୀ ଇରିଗେସନ ଡିଭିଜନର ସୁପେରିନଟେଣ୍ଡେଟ ଇଂଜିନିୟରି ବିଧାନ ଚନ୍ଦ୍ର ସାହୁ ନିଜ ଗାଡିରେ କଟକ ଯାଉଥିବା ବେଳେ ପାଣିକୋଇଲି ଛକଠାରେ ଭିଜିଲାନ୍ସ ପୋଲିସ ଚଢ଼ାଉ କରି ନଗଦ ୧୦ ଲକ୍ଷ ପାଞ୍ଚ ହଜାର ଟଙ୍କା ଜବତ କରିଛନ୍ତି। ସାହୁଙ୍କ କଟକସ୍ଥିତ ବାସ ଭବନରେ ବର୍ତ୍ତମାନ ତଲାସୀ ଚାଲିଛି।

ସେହିଭଳି ଓଡିଶା ପଲୁସନ କଣ୍ଟ୍ରୋଲ ବୋର୍ଡ଼ର ରାଉରକେଲା ରିଜିଓନାଲ ଅଫିସର ଡ଼ଃ ପି କେ ମହାପାତ୍ର ରାଉରକେଲାରୁ ଭୁବନେଶ୍ୱର ଆସୁଥିବା ବେଳେ ଭୁବନେଶ୍ୱର ଠାରେ ତାଙ୍କ ପାଖରୁ ୧,୭୫,୦୦୦ ନଗଦ ଟଙ୍କା ଜବତ ହୋଇଛି। ତାଙ୍କର ଭୁବନେଶ୍ୱର ସୁନ୍ଦରପଦା ଘର ଉପରେ ଏବେ ଚଢ଼ାଉ ଜାରି ରହିଛି।

ଓଡିଶା ପଲୁସନ କଣ୍ଟ୍ରୋଲ ବୋର୍ଡ଼ର ବାଲେଶ୍ୱର ରିଜିଓନାଲ  ଅଫିସର ନରୋତ୍ତମ ବେହେରା ଭୁବନେଶ୍ୱର ଆସୁଥିବା ବେଳେ ଟାଙ୍ଗୀ ଚେକଗେଟ ନିକଟରେ ତାଙ୍କ ଗାଡି ଉପରେ ଚଢ଼ାଉ କରି ଭିଜିଲାନ୍ସ ପୋଲିସ ୮୯,୦୦୦ ନଗଦ ଟଙ୍କା ତାଙ୍କ ପାଖରୁ ଜବତ କରିଛନ୍ତି। ତାଙ୍କ ଘର ଉପରେ ଏବେ ଚଢ଼ାଉ ଚାଳିଛି।

 

Continue Reading

ଅପରାଧ

ତେର ଶହରୁ ଉର୍ଦ୍ଧ ହାଇଟେକ ଓ ରାଜଧାନୀ ସିଷ୍ଟମର କ୍ଷତିଗ୍ରସ୍ତ ଜମାକାରୀଙ୍କ ଦାବିପତ୍ର ଦାଖଲ

Published

on

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ତେରଶହରୁ ଉର୍ଦ୍ଧ ହାଇଟେକ ଇଷ୍ଟେଟସ ଏବଂ ରାଜଧାନୀ ସିଷ୍ଟମରେ ଜମିପାଇଁ ଟଙ୍କା ଜମାକରିଥିବା କ୍ଷତିଗ୍ରସ୍ତ ଜମାକାରୀ ସେମାନଙ୍କର ଜମା ଟଙ୍କା ଫେରସ୍ତ ପାଇଁ ଆବେଦନ କରି ସରିଲେଣି।
ଜମା ଟଙ୍କା ଫେରସ୍ତ ପାଇଁ ଆବେଦନ କରିବାକୁ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଗତ ଜୁନ ୪ ତାରିଖରୁ ଅନ-ଲାଇନରେ www.opid.odisha.gov.in ଦାବିପତ୍ର ମଗା ଯାଇଥିଲା। ଗତ ୧୪ ଦିନ ଭିତରେ ତେରଶହରୁ ଉର୍ଦ୍ଧ ଆବେଦନ ପତ୍ର ମିଳି ସାରିଲାଣି। ଆବେଦନ କରିବାର ଶେଷ ତାରିଖ ଜୁଲାଇ ୧୯,୨୦୨୧ ରହିଛି।
ଏହି ଦୁଇ କମ୍ପାନୀର କଲ୍ୟାଣ ବିହାର, କଲ୍ୟାଣ ବିହାର ଫେଜ୨,ଭାଗ୍ୟ ନଗର, କୁଞ୍ଜ ବିହାର ଓ ପୁଷ୍ପାଞ୍ଜଳି ଏନକ୍ଲେଭ ଯୋଜନାରେ ଲୋକଙ୍କୁ ଗୃହଉପଯୋଗୀ ଜମି ଦେବାକୁ କହି ବିପୁଳ ପରିମାଣର ଜମା ଟଙ୍କା ସଂଗ୍ରହ କରିଥିଲେ।

Continue Reading

ଅପରାଧ

ରେଲୱେ ସମ୍ପତ୍ତି ଚୋରି – ଆରପିଏଫ୍ ଦ୍ୱାରା ତିନିଜଣ ଗିରଫ

Published

on

ଭୁବନେଶ୍ୱର: ରେଳ ସମ୍ପତ୍ତି ଚୋରି ଅଭିଯୋଗରେ ରେଳ ସୁରକ୍ଷା ବଳ (ଆରପିଏଫ) ସ୍ଥାନୀୟ  ରେଳ ବିହାରରୁ ତିନି ଜଣଙ୍କୁ ଚୋରି କରୁଥିବା ସମୟରେ ଗିରଫ କରିଛି।

ରେଳ ବିହାର ବାସିନ୍ଦାଙ୍କଠାରୁ ସୂଚନା ପାଇବା ଏବଂ ସିସିଟିଭି ଫୁଟେଜ୍ ଅନୁଯାୟୀ, ଆରପିଏଫ୍ କ୍ରାଇମ ଇନଭେଷ୍ଟିଗେସନ୍ ଶାଖା (ସିଆଇବି) ଏବଂ ମୁଖ୍ୟାଳୟ ଆରପିଏଫ୍ ରିଜର୍ଭ କମ୍ପାନୀର ମିଳିତ ସହଯୋଗରେ ଏହି ଲୋକଙ୍କୁ ଗିରଫ କରିବା ସହ ରେଳ ସମ୍ପତ୍ତି ଜବତ କରିଛି।

ରେଳବିହାର ବାହାରେ ଚୋରି ଜିନିଷ ନେବା ପାଇଁ ଉପଲବ୍ଧ ଥିବା ଜଣେ ଲୋକ ସମେତ ତିନି ଜଣଙ୍କୁ ରେଲୱେ ସମ୍ପତ୍ତି ଏବଂ ଏସି ତମ୍ବା ତାର ଚୋରି କରି ନେଇଯାଉଥିବା ସମୟରେ ଆରପିଏଫ ଗତ ମେ ୧୭ ତାରିଖ ରାତିରେ ରେଳ ବିହାର କଲୋନୀରୁ ସେମାନଙ୍କୁ ଗିରଫ କରିଛି | ପୂର୍ବରୁ ସେମାନେ ରେଳ ବିହାରର କେତେକ ଘରୁ ତମ୍ବା ତାର ଓ ଏସି ଚୋରି କରିଥିବା ଦୋଷ ସ୍ୱୀକାର କରିଥିଲେ |

ସମସ୍ତ ଅଭିଯୁକ୍ତ ନିକଟସ୍ଥ ସାଲିଆ ସାହିର ବାସିନ୍ଦା ଏବଂ ରେଳ ବିହାର କଲୋନୀ ସହିତ ଭଲ ଭାବରେ ପରିଚିତ |

ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଙ୍କୁ ମଞ୍ଚେଶ୍ୱର ଆରପିଏଫ ପୋଷ୍ଟକୁ ପଠାଯାଇଥିଲା। ଏହି ସଂପର୍କରେ ଚନ୍ଦ୍ରଶେଖରପୁର ପୋଲିସ ଷ୍ଟେସନକୁ ମଧ୍ୟ ସୂଚନା ଦିଆଯାଇଛି।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions