Connect with us

ପଶ୍ଚିମବଙ୍ଗ ୧୯/୫ : ଯାଦବପୁର ବୁଥ୍ ନଂବର ୧୮୯ରେ କିଛି ଗଡବଡ ଆଶଙ୍କା କରିଥିଲେ ବିଜେପି ସମର୍ଥକ । ବୁଥ ଭିତରେ ପ୍ରବେଶ କରିବା ପରେ ଜାଣିବାକୁ ପାଇଥିଲେ ଜଣେ ମହିଳା ଏଠାରେ ଭୋଟରଙ୍କୁ ପ୍ରଭାବିତ କରି ଟିଏମସିକୁ ଭୋଟ୍ ଦେବାକୁ ବାଧ୍ୟ କରୁଛନ୍ତି । ଭୋଟର ଆସୁଥିଲେ ମଧ୍ୟ ସେମାନଙ୍କୁ ମତଦାନ କରିବାକୁ ଦେବା ବଦଳରେ ସେ ନିଜେ ବଳପୂର୍ବକ ପ୍ରକ୍ସି ଭୋଟିଂ କରୁଥିଲେ । ଏହାକୁ ନେଇ ବୁଥରେ ଥିବା ବିଜେପି ପୋଲିଂ ଏଜେଂଟ ଅଧିକାରୀଙ୍କୁ ଜଣାଇଥିଲେ ବି କିଛି ହୋଇନଥିଲା । ଏହାକୁ ନେଇ ପୋଲିଂ ବୁଥରେ ବିଜେପି କର୍ମୀ ପ୍ରତିବାଦ କରିବା ପରେ କିଛି ମହିଳା ଆସି ବିଜେପି କର୍ମୀଙ୍କୁ ବାଧା ଦେଇଥିଲେ । ଶେଷରେ କେନ୍ଦ୍ରୀୟ ଫୋର୍ସ ବୁଥରେ ପହଁଚି ବୁଥ୍ ରିଗିଂ କରୁଥିବା ଅଭିଯୋଗ ଆସୁଥିବା ମହିଳାଙ୍କୁ ବୁଥରୁ ବାହାରକୁ ଆଣିଥିଲା । ତା ପରେ ବି ସେଠାରେ ପ୍ରତିବାଦ ଦେଖିବାକୁ ମିଳିଥିଲା । ଶେଷରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରି ମତଦାନ ଜାରି ରଖାଯାଇଥିବା ସୂଚନା ମିଳିଛି ।
ଅନ୍ୟପଟେ, ସପ୍ତମ ତଥା ଶେଷ ପର‌୍ୟ୍ୟାୟ ମତଦାନ ଚାଲିଥିବା ବେଳେ ପଶ୍ଚିମବଂଗର ବସିରହାଟ୍ରୁ ଆସିଛି ଉତେଜନାର ଖବର । ବସିରହାଟ୍ ଅଂଚଳରେ ଥିବା ୧୮୯ ନଂବର ବୁଥରେ ଟିଏମସି କର୍ମୀ ବିଜେପି ସମର୍ଥକଙ୍କୁ ମାଡ ମାରିବା ପରେ ଉତେଜନା ଦେଖାଦେଇଛି । ଭୋଟ୍ ଦେବାକୁ ଯିବା ବେଳେ କିଛି ବିଜେପି ସମର୍ଥକଙ୍କୁ ବାଟରେ ଟିଏମସି ସମର୍ଥକ ଅଟକାଇ ମାଡମାରିବା ସହ ଧମକ ଦେଇ ଭୋଟ୍ ଦେବାକୁ ଯିବାକୁ ଦେଇନଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେପି ସମର୍ଥକ । ପ୍ରତିବାଦରେ ରାସ୍ତା ଉପରେ ବସି ସେମାନେ ଧାରଣା ଦେଇଛନ୍ତି । ପୋଲିସରେ ଅଭିଯୋଗ କଲେ ମଧ୍ୟ ପୋଲିସ ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି । ସେହିଭଳି ଉତରପ୍ରଦେଶର ଚାନ୍ଦୋଲିରେ ଦେଖିବାକୁ ମିଳିଛି ଉତେଜନା ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions