Connect with us

ମୋରଡା ୨୭/୪ : ବିଜେପି ଅଧ୍ୟକ୍ଷ ଅମିତ ଶାହା ମୟୁରଭଞ୍ଜ ମୋରଡାରେ ଦଳର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି ।
ଅମିତ କହିଛନ୍ତି ଯେ, ସାରା ଦେଶରେ ମୋଦୀ ଲହର ଦେଖାଦେଇଛି । ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ । ମୟୁରଭଞ୍ଜବାସୀ ମଧ୍ୟ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଚାହୁଁଛନ୍ତି । ଦୁର୍ନୀତିଗ୍ରସ୍ତ ବିଜେଡି ସରକାରରୁ ଏହି ଅଂଚଳବାସୀ ଫିଙ୍ଗିବେ । ମୋଦୀଙ୍କୁ ଓଡିଶାର ବିକାଶ ପାଇଁ ମଜବୁତ ହାତ ଦରକାର । ଅଣଓଡିଆ ମୁଖ୍ୟମନ୍ତ୍ରୀ ଦରକାର ନାହିଁ । ଏହି ରାଲିକୁ ଦେଖି ବିଜେଡିକୁ ଚଳାଉଥିବା ସରକାରୀ ବାବୁଙ୍କ ନିନ୍ଦ ଛାଡି ଯାଇଛି । ସେ ଜାଣିଛନ୍ତି ଏଠାରେ ବିଜେପି ସରକାର ହେବ । ବିଜେପି ସରକାର ଲୋକଙ୍କ ମୌଳିକ ଅସୁବିଧା ଦୂର କରିଛି । ମହିଳାଙ୍କୁ ଗ୍ୟାସ ମିଳିଛି । ୮କୋଟି ଘରେ ଶୌଚାଳୟ ପହଁଚିଛି । ଗରିବଙ୍କ ପାଇଁ ବ୍ୟାଙ୍କ ଆକାଉଂଟ ଖୋଲାଯାଇଛି । ମୋଦୀ ସରକାର ସାରାଦେଶରେ ଗରିବଙ୍କ ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କଲେ । ୨୩ଲକ୍ଷ ବ୍ୟକ୍ତି ଏଥିରେ ଉପକୃତ ହୋଇ ସାରିଲେଣି । କିନ୍ତୁ ଓଡିଶା ସରକାର ମୋଦୀଙ୍କ ଲୋକପ୍ରିୟତା ଭୟରେ ଏହାକୁ ଲାଗୁ କରୁନାହାନ୍ତି । ମୋଦୀ ସରକାରରରେ ଦେଶ ସୁରକ୍ଷିତ । ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ ଦ୍ରୁଢ ଜବାବ ଦିଆଗଲା । ଏହା ହେଉଛି ମୋଦୀଙ୍କ ୫୬ ଇଂଚର ଛାତି । କାଶ୍ମୀର ଭାରତ ମାତାର ମୁକୁଟ । ଏହାକୁ କେହି ନେଇ ପାରିବେ ନାହିଁ ।
ସେ କହିଛନ୍ତି ଯେ, ମୋଦୀ ସରକାର ରାଜ୍ୟ ପାଇଁ ଡିଏମଏଫ ଫଣ୍ଡ ରଚନା କରିଛନ୍ତି । ଆଦିବାସୀଙ୍କ କଲ୍ୟାଣ ପାଇଁ ୬୦୦୦କୋଟି ମିଳିଛି ।ସାଗରମାଳା ପ୍ରକଳ୍ପ ଆରମ୍ଭ କରାଗଲା । ରାସ୍ତା, ବନ୍ଦର ସବୁ ହୋଇଛି । ବିଜେଡି ସରକାର ଚିଟଫଣ୍ଡ ଘୋଟଲାକାରୀଙ୍କୁ ସୁରକ୍ଷା ଦେଉଛି । ବିଜେଡି ନେତା ଓଡିଶାବାସୀଙ୍କ ହଜାର ହଜାର କୋଟି ଟଙ୍କା ଖାଇଯାଇଛନ୍ତି । ରାଜ୍ୟରେ ବିଜେପି ସରକାର ହେଲେ ଏମାନେ ଜେଲ୍ ଯିବେ । ଓଡିଶା ପ୍ରାକୃତିକ ସଂପଦରେ ଭରପୁର । ଖଣି ଦୁର୍ନୀତି ପାଇଁ ଓଡିଶାବାସୀ ଆଜି ଗରିବ । ବିଜେପି ସରକାର ଆସିଲେ ଦୁର୍ନୀତି ହଟିବ । ରାଜ୍ୟରେ ରୋଜଗାରର ସୁଯୋଗ ରହିଛି । ବିଜେପି ସରକାରଙ୍କ ଉପରେ ଆକ୍ରମଣ ହେଉଛି । କିନ୍ତୁ ବିଜେପି ଡରିବ ନାହିଁ । ବିଜେଡିର ଦିନ ସରି ଆସୁଛି । ବିଜେପି ସରକାର ଆସୁଛି ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions