Connect with us

ଭୁବନେଶ୍ୱର ୮/୬ : ଦଳ ଯେଉଁ ଯେଉଁ ସ୍ଥାନରେ ପରାଜିତ ହୋଇଛି ସେ ସ୍ଥାନକୁ ଯାଇ ଲୋକମତ ସଂଗ୍ରହ କରାଯିବ ?ବିପର‌୍ୟ୍ୟୟ ସମୀକ୍ଷା କରାଯିବ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ । ଦାୟିତ୍ୱରେ ଥିବା ନେତା ସଂଗଠନ ପାଇଁ ସମୟ ଦେବା ଦରକାର । ବର୍ତ୍ତମାନ ପରାଜୟର କାରଣ ଖୋଜି ୨୦୨୪ ପାଇଁ ପ୍ରସ୍ତୁତ ହେବ ।
୨୦୧୪ ବେଳକୁ କିପରି କଂଗ୍ରେସ ମଜଭୁତ ହେବ ସେନେଇ ଚର୍ଚ୍ଚା ହେବ । ଏଥର ୮୭ ଜଣ ଯୁବକଙ୍କୁ ଟିକେଟ ମିଳିଥିଲେ ହେଁ ଦଳ ପରାଜୟ ବରଣ କରିଛି । ସେମାନଙ୍କ ଉଦ୍ଦେଶ୍ୟରେ ସୁର କହିଛନ୍ତି, ଗାଁ ଗହଳି ଯିବା ସହ ନିଜ ନିଜ ନିର୍ବାଚନ ମଣ୍ଡଳୀ ଯାଇ ଦେଖିବା ଉଚିତ । ଲୋକଙ୍କ ଭଲମନ୍ଦରେ ଛିଡ଼ା ହେଲେ ଲୋକଙ୍କ ମନଜିଣି ହେବ । ଧୈର‌୍ୟ୍ୟ ଧରି ଜନତାଙ୍କ ସେବାରେ କାମ କଲେ ଦଳ ସଂଗଠିତ ହେବା ସହ ୨୦୨୪ ପାଇଁ ପ୍ରସ୍ତୁତ ରହିବ । ବୟସ୍କ ମାନେ ସାଇଡ଼୍ ହୋଇ ଯୁବଗୋଷ୍ଠୀଙ୍କୁ ଅଧିକ ଉତ୍ସାହିତ କରିବା ଉଚିତ ।
କଂଗ୍ରେସର ଦୁଇ ବରିଷ୍ଠ ନେତା ହେମାନନ୍ଦ ଓ କାହ୍ନଙ୍କ କଳି ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଜଟଣୀ ବିଧାୟକ । ପରସ୍ପର ଭିତରେ ତୁ ତୁ ମେଁ ମେଁ ହେବା ଉଚିତ ନୁହେଁ । ନିଜ ଭିତର କଳିକୁ ପଦାକୁ ନଆଣି ସମାଧାନ କରିବା ଉଚିତ । କିଛି ସମସ୍ୟା ଥିଲେ ସମସ୍ତଙ୍କ ସହ ପରାମର୍ଶ କରି ଆଲୋଚନା କରିବା ଉଚିତ । କଂଗ୍ରେସ ଏକ ସ୍ଥାୟୀ ଦଳ । ୧୪୦ ବର୍ଷର ଦଳ କଂଗ୍ରେସ । ଦଳ ମହାବାତ୍ୟାର ସମ୍ମୁଖୀନ ହୋଇଛି । ତେବେ ଏଥିରେ ଦୁଃଖିତ ନହୋଇ କେଉଁଠି କେଉଁଠି କ୍ଷତି ହୋଇଛି ତର୍ଜମା କରିବା ଉଚିତ ।
୨୦୨୪କୁ ଦଳ ପ୍ରସ୍ତୁତ ହୋଇପାରିବ । ଦିଲ୍ଲୀ, ଭୁବନେଶ୍ୱର ଆଦି ବଡ଼ ସହରରେ ବସିବା ଅପେକ୍ଷା ଆତ୍ମସମୀକ୍ଷା କରି ଲୋକ ପ୍ରତିନିଧି ଲୋକଙ୍କ ପାଖକୁ ଯିବା ଉଚିତ । ବିଜେପିର ମୂଳଦୁଆ ନାହିଁ । ୨୦୨୪ରେ ପୁଣି କଂଗ୍ରେସ ଆସିବ । କଂଗ୍ରେସର ନବଗ୍ରହ ହିଁ ବିରୋଧୀ ଦଳଙ୍କୁ ମୁକାବିଲା କରିବା ପାଇଁ ଯଥେଷ୍ଟ । ବିରୋଧୀ ଦଳକୁ କଣା କରିଦେବେ ନବଗ୍ରହ । ଲୋକେ ଏବେ ଦୂରେଇ ଯାଇଛନ୍ତି ପୁଣି ଆସିବେ ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions