Connect with us

ଯାଜପୁର ୨୪/୫ : ଭୋଟ ଗଣତି ପରେ ଯାଜପୁର ଲୋକସଭା ଅଧୀନସ୍ଥ ସମସ୍ତ ବିଧାନସଭା ଆସନରେ ବିଜେଡି ବାଜିମାତ କରିଛି। ପ୍ରଶାସିକା ଚାକିରି ଛାଡ଼ି ରାଜନୀତି ମଇଦାନକୁ ଓହ୍ଲାଇଥିବା ଶର୍ମିଷ୍ଠା ସେଠୀ ବିପୁଳ ଭୋଟ ବ୍ୟବଧାନରେ ସାଂସଦ ରୂପେ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଅମିୟ ମଲ୍ଲିକଙ୍କୁ ପରାସ୍ତ କରିଛନ୍ତି। କଂଗ୍ରେସର ମାନସ ଜେନା ବହୁ ପଛରେ ରହିଛନ୍ତି।
ଯାଜପୁରର ୭ଟି ବିଧାନସଭା ଆସନ ମଧ୍ୟରୁ କୋରେଇ ଓ ବରୀରେ ନୂଆମୁହଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ହେଁ ବିଜେଡିକୁ କୌଣସି ଫରକ ପଡ଼ିନାହିଁ। ବିଜେଡି ସବୁଯାକ ଆସନ ପୋଛି ନେଇଛି। ଯାଜପୁରର ୭ଟି ଆସନ ମଧ୍ୟରୁ ୫ଟିରେ ବିଜେଡି ଓ ଦୁଇଟିରେ କଂଗ୍ରେସ ଓ ବିଜେପି ବିଜୟୀ ହେବେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ପୁଣି ଭୁଲ ପ୍ରମାଣିତ ହୋଇଛି।
ଯାଜପୁର ନିର୍ବାଚନ ମଣ୍ଡଳୀରେ ପ୍ରଣବ ପ୍ରକାଶ ଦାସ ତାଙ୍କ ନକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଗୌତମ ରାୟଙ୍କୁ ପରାସ୍ତ କରିଥିବା ବେଳେ ଧର୍ମଶାଳାରେ ପ୍ରଣବ ବଳବନ୍ତରାୟ ବିଜୟୀ ହୋଇଛନ୍ତି। ବିଂଝାରପୁରରେ ପ୍ରମିଳା ମଲ୍ଲିକ ତାଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବବିତା ମଲ୍ଲିକଙ୍କୁ ପରାସ୍ତ କରିଥିବା ବେଳେ ବଡ଼ଚଣାରେ ଅମରପ୍ରସାଦ ଶତପଥୀ ବିଜୟୀ ହୋଇଛନ୍ତି। ସୁକିନ୍ଦାରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କ ପୁତ୍ର ଇଂ ପ୍ରୀତିରଂଜନ ଘଡ଼ାଇ ପୁଣି ଥରେ ବିଜୟୀ ହୋଇଛନ୍ତି। କୋରେଇରେ ଅଶୋକ ବଳ ଏବଂ ବରୀରେ ସୁନନ୍ଦା ଦାସ ନୂଆ ମୁହଁ ହୋଇଥିଲେ ହେଁ ସୁନନ୍ଦା ବିଜେପି କ୍ୟାମ୍ପ ଛାଡ଼ି ବିଜେଡିରେ ଯୋଗଦେଇ ବିଜୟୀ ହୋଇ ପାରିଛନ୍ତି। ପ୍ରମିଳା, ବବି, ପ୍ରଣବଙ୍କ ଭୋଟ ବ୍ୟବଧାନ କମିଥିବା ବେଳେ ଡାନିଙ୍କ ଭୋଟ ବ୍ୟବଧାନ ବଢ଼ିଛି। ଦୁଇ ନୂଆମୁହଁ ମଧ୍ୟ ସେମାନଙ୍କ ବିଜୟୀକୁ ସୁଗମ କରିପାରିଛନ୍ତି। ବିଂଝାରପୁରର ଆସନରୁ ପ୍ରମିଳା ମଲିକ ଷଷ୍ଠଥର ପାଇଁ ବାଜିମାତ କରିଛନ୍ତି। ଥରେ ଜନତା ଦଳରୁ ଏବଂ ପାଞ୍ଚ ପାଞ୍ଚ ଥର ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହୋଇ ବିଜୟ ହାସଲ କରିଛନ୍ତି। ଶାସକ ଦଳର ମୁଖ୍ୟ ସଚେତକ ଥାଇ ଚଳିତ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅମରପ୍ରସାଦ ଶତପଥୀ ପୁଣି ବାଜିମାତ ମାରିଛନ୍ତି।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions