Connect with us

bêaù^gße 25/4 : ବିଜେଡ଼ି ଟାର୍ଗେଟରେ ବୈଜୟନ୍ତ  । ଇମ୍ଫା କମ୍ପାନୀକୁ ନେଇ ବିଜେଡ଼ି ରାଡ଼ାରରେ କେନ୍ଦ୍ରାପଡ଼ା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବିଜେଡ଼ି କହିଛି, ବୈଜୟନ୍ତ ପଣ୍ଡା ବାରମ୍ବାର କହି ଆସୁଛନ୍ତି ଇମ୍ଫା ସହିତ ମୋର କୌଣସି ସମ୍ପର୍କ ନାହିଁ । ବ୍ୟବସାୟିକ କାର‌୍ୟ୍ୟକଳାପରେ ଲିପ୍ତ ନଥିବା କହୁଛନ୍ତି ବୈଜୟନ୍ତ । ଇମ୍ଫା ଖଣି କମ୍ପାନୀ ପରିବାର ଚଳାଉଛନ୍ତି ବୋଲି ବାରମ୍ବାର ସଫେଇ ମଧ୍ୟ ଦେଇଛନ୍ତି । ହେଲେ ତାଙ୍କ ମିଛ ଜନସାଧାରଣ ଜାଣିଛନ୍ତି ।
ବୈଜୟନ୍ତ ପଣ୍ଡା ପାର୍ଲାମେଂଟରେ ଫାଇନାନ୍ସ କମିଟିରେ କାହିଁକି ସଦସ୍ୟ ହେବା ପାଇଁ କାହିଁକି ଚାହୁଁଥିଲେ ତାହା ବି ସ୍ପଷ୍ଟ କରିଛନ୍ତି । ଭଦ୍ର ମୁଖା ପିନ୍ଧି ଶହ ଶହ କୋଟି ଟଙ୍କାର ବ୍ୟାପାର କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡ଼ି । ବ୍ୟାଙ୍କରୁ ଇମ୍ଫା ପାଇଁ ଅନେକ ଟଙ୍କା ଆଣିଛନ୍ତି ବୈଜୟନ୍ତ ପଣ୍ଡା । ପାର୍ଲାମେଂଟ ଷ୍ଟାଣ୍ଟିଂ କମିଟିର ଅଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ, ସେ ଟଙ୍କାର ଦୂରୋପଯୋଗ କରିଥାନ୍ତେ । ଅଧ୍ୟକ୍ଷ ହେବା ପରେ ଋଣ ଆଣିବା ଆହୁରି ସହଜ ହୋଇପାରଥାନ୍ତା ।
ବିଜେଡ଼ି ଦସ୍ତାବିଜରେ ଦେଖାଇଛି ୨୦୧୪ରେ ବୈଜୟନ୍ତ ପଣ୍ଡା ଇମ୍ପା ପାଇଁ ପ୍ରତ୍ୟେକ୍ଷ ରୂପେ ଡିଲ କରୁଥିଲେ । ଇମ୍ଫାର ଭାଇସ ଚେୟାରମ୍ୟାନ ଭାବେ ଶହ ଶହ କୋଟି କୋଟି ଟଙ୍କା ବ୍ୟାଙ୍କ ଗୁଡ଼ିକ ଠାରୁ ଆଣୁଥିଲେ । ଓଡ଼ିଶାବାସୀଙ୍କୁ ବୈଜୟନ୍ତ ପଣ୍ଡା ମିଛ କହୁଥିଲେ । ଏ ବିଷୟରେ ଜାଣିବା ପରେ ବିଜେଡ଼ି ମନାକରିଥିଲା । ପଜନସାଧାରଣଙ୍କ ସାମ୍ନାରେ ସବୁ ସତକଥା ଆସିଯାଇଛି । ପ୍ରକୃତ କଥା ହେଲା ବୈଜୟନ୍ତ ପଣ୍ଡା ଜଣେ ରାଜନେତା ନୁହନ୍ତି, ସେ ଜଣେ ବ୍ୟବସାୟୀ । ଆଇନ ସମସ୍ତଙ୍କ ପାଇଁ ସମାନ । ଆଉ ସେଥିପାଇଁ ବୈଜୟନ୍ତ ପଣ୍ଡାଙ୍କ ପ୍ରାର୍ଥୀତ୍ୱକୁ ଖାରଜ କରିବା ପାଇଁ ଦାବି କରିଛି ବିଜେଡ଼ି । ତାଙ୍କର ନିର୍ବାଚନ ଲଢ଼ିବାର କୌଣସି ନୈତିକତା ଅଧିକାର ନାହିଁ ବୋଲି ମଧ୍ୟ ବିଜେଡ଼ି କହିଛି ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions