Connect with us

ନୂଆଦିଲ୍ଲୀ ୩୧/୫ : ଶପଥ ଗ୍ରହଣ କରିବା ପରେ ପରେ ହିଁ ମୋଦି କାମରେ ଲାଗିଯାଇଛନ୍ତି । ଗତକାଲି ରାତି ସମୟରେ କି କିର୍ଜିସ୍ତାନ ରାଷ୍ଟ୍ରପତି ସୋନରବାୟ ଜେନେବକୋବଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଆଜି ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ସାକ୍ଷାତ କରିବାର ଯୋଜନା ମଧ୍ୟ ରହିଛି । କିର୍ଜିସ୍ତାନ ସହିତ ଭାରତର ସମ୍ପର୍କ ବହୁତ ପୁରୁଣା । କାରଣ ବର୍ତ୍ତମାନ ସଂଘାଇ କର୍ପୋରେସନ୍ ଅର୍ଗାନାଇଜେସନରେ କିର୍ଜିସ୍ତା ଅଧ୍ୟକ୍ଷ ରହିବା ସହ ଭାରତର ଜଣେ ମୁଖ୍ୟ ସହଯୋଗୀ ଭାବେ ଉଭାହୋଇଛି ।
ବୈଠକରେ କିର୍ଜିସ୍ତାନ ରାଷ୍ଟ୍ରପତି ଜେନେବକୋବ୍ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜୁନରେ ହେବାକୁ ଥିବା ଏସସିଓ ସମିଟରେ କର୍ଜିସ୍ତାନ ଯିବାପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଗୁଆ ନିମନ୍ତ୍ରଣ ମଧ୍ୟ ଦେଇଛନ୍ତି । ୧୩ରୁ ୧୫ ଜୁନ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେବ । ଭାରତ ଓ କିର୍ଜିସ୍ତାର ମଧ୍ୟରେ ଥିବା ସୁମ୍ପର୍କକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦି ଉଭୟ ଦେଶ ମଧ୍ୟରେ ସହଯୋଗକୁ ମଜଭୁତ କରିବା ପାଇଁ ଜୋର ଦେଇଥିଲେ । ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଜେନେବକୋବ ଯୋଗଦେଇଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ଗତକାଲି ମୋଦିଙ୍କ ଶପଥ ଗ୍ରହଣ ସମାବେଶରେ ବିମଷ୍ଟେକ୍ ଦେଶର ନେତାଙ୍କୁ ଡକାଯାଇଥିଲା । ଏହି ଦେଶର ନେତାଙ୍କ ସହ ସମ୍ବନ୍ଧ ମହଭୁତ କରିବା ପାଇଁ ପ୍ରୟାସ କରାଯାଇଛି । ଏହିକ୍ରମରେ ବାଙ୍ଗଲାଦେଶ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ସହ ଏବେ ମରିସସ୍ ପ୍ରଧାମନ୍ତ୍ରୀଙ୍କୁ ସାକ୍ଷାତ କରଛନ୍ତି । ଏବେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ସାକ୍ଷାତ ଓ ଭୂଟାନର ପ୍ରଧାନମନ୍ତ୍ରୀ ଙ୍କୁ ସାକ୍ଷାତ କରୁଛନ୍ତି ।

ଦେଶ ବିଦେଶ

ଆଦର୍ଶ ଘରଭଡା ଆଇନକୁ ‘ପଗଡ଼ି ଭଡାଟିଆଙ୍କ’ ବିରୋଧ

Published

on

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆଦର୍ଶ ଘରଭଡ଼ା ଆଇନକୁ ‘ପଗଡ଼ି ଭଡାଟିଆ’ମାନେ ବିରୋଧ କରିବା ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀ ଏବଂ ଦେଶର ବଡ ବଡ ସହରରେ ଯେଉଁଠାରେ ପାଗଡ଼ି ବ୍ୟବସ୍ଥା ଚାଲିଛି ସେହିସବୁ ସହରରେ ଭଡାଟିଆମାନେ ନୂଆ ଆଦର୍ଶ ଘରଭଡା ଆଇନକୁ ନେଇ ଆସନ୍ତୁଷ୍ଟ ଅଛନ୍ତି।
ଘର ଏବଂ ଦୋକାନଘର ଭଡ଼ାରେ ନେଲାବେଳକୁ ସେମାନଙ୍କୁ ହଜାର ହଜାର ଏବଂ ଲକ୍ଷ ଲକ୍ଷ ଟଙ୍କା ପଗଡ଼ି ଦେବାକୁ ପଡିଛି। ବର୍ତ୍ତମାନ ନୂଆ ଆଇନ ଆସିଲେ ସେମାନଙ୍କୁ ଘର ମାଲିକସହ ନୂଆ ଘରଭଡ଼ା ଚୁକ୍ତି କରିବାକୁ ହେବ। ପଗଡ଼ି ଅର୍ଥର ଆଉ କିଛି ମାନେ ରହିବ ନାହିଁ। ବର୍ତ୍ତମାନର ବଜାର ଦରରେ ଘରଭଡା ଦେବାକୁ ହେବ।
ଦିଲ୍ଲୀର ସମ୍ଭ୍ରାନ୍ତ କନ୍ନଟ ପ୍ଲେସ ଅଂଚଳରେ ଥିବା ହଜାର ହଜାର ସଂଖ୍ୟର ଦୋକାନ ମାଲିକମନେ କ୍ଷତିଗ୍ରସ୍ତ ହେବେ।
ରାଜଧାନୀ ପଗଡି କିରାୟଦାର ସଂଗଠନ ପକ୍ଷରୁ ଏହି ଆଇନକୁ ବିରୋଧ କରାଯିବା ସହ ଏହି ଆଇନ ଫଳରେ ପଗଡ଼ି କିରାୟଦାରମନେ ବେଘର ହୋଇଯିବେ ଏବଂ ସେମାନଙ୍କର ବ୍ୟବସାୟ ବୁଡିଯିବ ବୋଲି କହିଛି। ଏହି ଆଇନ ଜମି ମାଫିଆମାନକୁ ସାହାଯ୍ୟ କରିବ ବୋଲି ସଂଗଠନ କହିଛି।
କେନ୍ଦ୍ର ସରକାରଙ୍କ ଆଦର୍ଶ ଘରଭଡା ଆଇନଫଳରେ ଭଡାଟିଆଙ୍କ କବଜାରେ ଥିବା ଘର ଓ ଦୋକାନଘରଗୁଡ଼ିକ ମଳିକମାନଙ୍କ ହାତକୁ ଫେରିବେ। ବର୍ତମାନ ଏନେକ ଭଡାଟିଆ ଅତି ଅଳ୍ପ ଭଡ଼ା ଦେଇ ସହରର ପ୍ରମୁଖ ସ୍ଥାନରେ ବର୍ଷ ବର୍ଷ ଧରି ଘରେ ରହି ଆସୁଛନ୍ତି।
କେନ୍ଦ୍ର ଆଦର୍ଶ ଘରଭଡା ଆଇନକୁ ରାଜ୍ୟ ସରକାରଗୁଡିକ ରାଜ୍ୟରେ ପ୍ରବର୍ତ୍ତନ କରିବା ପରେ ଏହା କାର୍ଯ୍ୟକାରୀ ହେବ।

Continue Reading

World

ଭାରତ ଆନ୍ତର୍ଜାତିକ ଷ୍ଟାର୍ଟଅପ ସମ୍ମିଳନୀ

Published

on

ଭୁବେନଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଆନ୍ତର୍ଜାତିକ ଷ୍ଟାଟ୍‌ଅପ୍ ସମ୍ମିଳନୀ ‘ପ୍ରାରମ୍ଭ’କୁ ଆସନ୍ତା ଜାନୁୟାରୀ 16 ତାରିଖ ଦିନ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଅପରାହ୍ନ 5ଟା ସମୟରେ ଉଦ୍‌ଘାଟନ କରିବେ ।

ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହି ସମ୍ମିଳନୀ ଆୟୋଜନ କରାଯାଇଛି । ଏହା ଚଳିତ ଜାନୁୟାରୀ 15 ଏବଂ 16ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ ।

ଗତ 2018 ମସିହା ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଠମାଣ୍ଡୁଠାରେ ଅନୁଷ୍ଠିତ ଚତୁର୍ଥ ବିମ୍‌ଷ୍ଟେକ୍ ସମ୍ମିଳନୀରେ ଭାରତ ବିମ୍‌ଷ୍ଟେଟ୍ ଷ୍ଟାଟଅପ ସିମ୍ମଳନୀର ଆୟୋଜନ କରିବ ବୋଲି ଘୋଷଣା କରିଥିଲେ । ଗତ 2016 ମସିହା ଜାନୁୟାରୀ 16ତାରିଖ ଦିନ ପ୍ରଧାନମନ୍ତ୍ରୀ ଷ୍ଟାଟ୍‌ଅପ ଇଣ୍ଡିଆ ଇନିସିଏଟିଭର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମର 5ବର୍ଷ ପୂର୍ତି ଅବସରରେ ଏହି ବିମ୍‌ଷ୍ଟେଟ ଷ୍ଟାର୍ଟଅପ୍ ସମ୍ମିଳନୀ ‘ପ୍ରାରମ୍ଭ’ ଆୟୋଜିତ ହେଉଛି ।

ଏଥିରେ 25ଟିରୁ ଅଧିକ ଦେଶର 200ରୁ ଅଧିକ ବିଶ୍ୱସ୍ତରୀୟ ବକ୍ତା ଅଂଶଗ୍ରହଣ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ଏହା ସର୍ବବୃହତ୍ ସମ୍ମିଳନୀ । ଏଥିରେ 24ଟି ଅଧିବେଶନରେ ‘ଷ୍ଟାର୍ଟଅପ୍ ଇକୋ ସିଷ୍ଟମ’କୁ ବିଶ୍ୱବ୍ୟାପୀ ସୁଦୁଢ କରିବାକୁ ବହୁପକ୍ଷୀୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯିବ ।

Continue Reading

ଅର୍ଥନୀତି

ଦେଶର ବେକାରୀ ଡାଟା ପାଇଁ ଡାଟା ମ୍ୟାନ ଦଣ୍ଡିତ

Published

on

ନୂଆଦିଲ୍ଲୀ: ଦେଶର ବେକାରୀ ସଂଖ୍ୟା ଗତ ୪୫ ବର୍ଷରେ ସର୍ବାଧିକ। ଏହି ତଥ୍ୟ ପ୍ରକାଶ କରିବା ଆଜି ଦେଶର ଚିଫ ଷ୍ଟାଷ୍ଟିସିଆନ ତଥା କେନ୍ଦ୍ର ଷ୍ଟାଷ୍ଟିକସ ଅଣ୍ଡ ପ୍ରୋଗ୍ରାମ ଇଂପ୍ଲିମେଂଟସନ ବିଭାଗର ସଚିବ ପ୍ରବୀଣ ଶ୍ରୀବାସ୍ତବଙ୍କ ପାଇଁ ବେଶ ମହଙ୍ଗା ପଡିଛି।

ପ୍ରବୀନଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୩୧ ତାରିଖରେ ସରୁଛି। ତାଙ୍କର ଚାକିରୀକାଳ ବୃଦ୍ଧି ପାଇଁ ପ୍ରସ୍ତାବ ଯାଇଥିଲା। ହେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓ ତାହାକୁ ନାକଚ କରି ଦେଇଛି।

ଶ୍ରୀବାସ୍ତବ, ୧୯୮୩ ବ୍ୟଚର ଇଣ୍ଡିଆନ ଷ୍ଟାଷ୍ଟିକାଲ ଅଫିସର, ଗତ ୨୦୧୮ ଅକ୍ଟୋବରରେ ଦେଶର ଚିଫ ଷ୍ଟାଷ୍ଟିଆନ ପଦବୀରେ ନିିଯୁକ୍ତି ପାଇଥିଲେ।

ଶୁଣା ଯାଉଛି ଯେ ବେକାରୀ ଡାଟା ଗଣମାଧ୍ୟମରେ ଲିକ ହେବା ଫଳରେ ସରକାରଙ୍କୁ ବିରୋଧୀ ଦଳର ସମାଲୋଚନାର ଶରବ୍ୟ ହେବାକୁ ପଡିଲା। ଏହି କାରଣରୁ ଶ୍ରୀବାସ୍ତବଙ୍କୁ ଆଉ ଅନୁଗ୍ରହ ଦେଖାଇବାକୁ ସରକାର ଚାହିଁଲେ ନାହିଁ।

ପୁର୍ବରୁ ପ୍ରଣବ ସେନ ଓ ଟି ସି ଏ ଅନନ୍ତ ଏହି ପଦବୀରେ ଥଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions