Connect with us

ପାଟକୁରା ୩/୬ : ଯେ କୌଣସି ମୁହୂର୍ତ୍ତରେ ପାଟକୁରାରେ ନିର୍ବାଚନ ହୋଇପାରେ। ସମ୍ଭବତଃ ଆସନ୍ତା ସପ୍ତାହ ପରେ ନିର୍ବାଚନ କମିସନ୍ ତାରିଖ ଘୋଷଣା କରିବେ। କମିସନ୍ ଏ ସମ୍ପର୍କିତ ରିପୋର୍ଟ ସିଇଓଙ୍କ ଠାରୁ ମଗାଇଛନ୍ତି। ଏପଟେ ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଗତକାଲି ନୂଆଦିଲ୍ଲୀରେ ଦଳର ବରିଷ୍ଠ ନେତାମାନଙ୍କୁ ଭେଟି ନିର୍ବାଚନ ସମ୍ପର୍କରେ ଆଲୋଚନା କରିଛନ୍ତି। ଫଳରେ ପାଟକୁରା ନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି।
ପାଟକୁରାରେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଯୋଗୁଁ ନିର୍ବାଚନ ଘୁଞ୍ଚିଥିଲା। ପରବର୍ତ୍ତୀ ସମୟରେ ମେ’ ୧୯ରେ ପାଟକୁରାରେ ଭୋଟଗ୍ରହଣ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଫନି ବାତ୍ୟା ଯୋଗୁଁ ନିର୍ବାଚନ ପ୍ରକ୍ରିୟାକୁ ନିର୍ବାଚନ କମିସନ୍ ଦୁଇ ମାସ ଘୁଞ୍ଚାଇ ଦେଇଥିଲେ । ସେହି ଅନୁଯାୟୀ ଜୁଲାଇ ୧୯ ତାରିଖ ଭିତରେ ପାଟକୁରାରେ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ। ନିର୍ବାଚନ ତାରିଖ ଘୋଷଣା ପାଇଁ ନିର୍ବାଚନ କମିସନ୍ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପାଟକୁରାରେ ବର୍ତ୍ତମାନର ସ୍ଥିତି ନେଇ ସିଇଓଙ୍କୁ ରିପୋର୍ଟ ମଗାଇଛନ୍ତି। ତେଣୁ ଆସନ୍ତା ସପ୍ତାହ ପରେ ଯେ କୌଣସି ସମୟରେ ନିର୍ବାଚନ କମିସନ୍ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି।
ପାଟକୁରା ଆସନ ଏବେ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି। ୨୦୦୦ ମସିହା ପର ଠାରୁ ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପ୍ରବେଶ କରାଇ ନଦେବା ପାଇଁ ବିଜେଡି ଚାରିଟି ଯାକ ନିର୍ବାଚନରେ କରିଥିବା ରଣନୀତିରେ ସଫଳ ହୋଇଛି। ବିଧାନସଭା ବାହାରେ ରହି ଶ୍ରୀ ମହାପାତ୍ର ସରକାରଙ୍କୁ ଶାଣିତ ଆକ୍ରମଣ କରୁଥିଲେ ବି ବିଧାନସଭାରେ ପ୍ରବେଶ କରିବାରେ ସଫଳ ହୋଇ ନାହାନ୍ତି। ଦୁଇ ଥର ପାଟକୁରାରୁ ଓ ଥରେ ମହାକାଳପଡ଼ାରୁ ପ୍ରାର୍ଥୀ ହୋଇ ସେ ପରାଜୟ ବରଣ କରିଛନ୍ତି। କିନ୍ତୁ ଏଥର ପାଟକୁରାରେ ବିଜୟ ଜିତିବା ନେଇ ବିଜେପି ଶିବିର ଆଶାବାଦୀ ।
କୌଣସି ପରିସ୍ଥିତିରେ ବିଜୟଙ୍କୁ ବାଟ ନ ଛାଡ଼ିବା ପାଇଁ ବିଜେଡି ସବୁ ପ୍ରକାର କୌଶଳ ଆପଣାଇଛି। ପୁଣି ରାଜ୍ୟରେ ପଞ୍ଚମ ଥର ପାଇଁ ବିଜେଡି ସରକାର ଆସିଥିବାରୁ ଓ ପାଟକୁରାରେ ପ୍ରଥମ ନିର୍ବାଚନ ହୋଇଥିବାରୁ ଦଳ ଜିତିବା ସମ୍ମାନର ପ୍ରଶ୍ନ ହୋଇଯାଇଛି। ଏକାଧିକ ମନ୍ତ୍ରୀ, ବିଧାୟକଙ୍କୁ ପଞ୍ଚାୟତ ବାଣ୍ଟିଦିଆଯାଇଛି। ପୁଣି କେନ୍ଦ୍ରାପଡ଼ାର ଅନ୍ୟ ସବୁ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଜିତିଥିବାରୁ ସେମାନଙ୍କୁ ପାଟକୁରା ଆସନ ଜିତାଇବାକୁ ଦଳ ପକ୍ଷରୁ ଦାୟିତ୍ବ ଦିଆଯାଇଛି। ଭୁବନେଶ୍ବରରେ ପାଟକୁରା ରଣନୀତି ନେଇ ଦଳର ତୁହାକୁ ତୁହା ବୈଠକ ବସୁଥିବାର ଖବର ମିଳୁଛି। ନିର୍ବାଚନ ତାରିଖ ଘୋଷଣା ସମୟ ହୋଇଯାଇଥିବା ବେଳେ ବିଜୟଙ୍କ ନୂଆଦିଲ୍ଲୀ ଗସ୍ତ ବେଶ୍ ଗୁରୁତ୍ବ ବହନ କରୁଛି।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions