ଚଣ୍ଡୀଗଡ: ପଞ୍ଜାବ ମୁଖ୍ୟ ଶାସନ ସଚିବ କରନ ଅବତାର ସିଂହଙ୍କ ଅବସ୍ଥା ଖରାପ। ରାଜ୍ୟ ଅବକାରୀ ନୀତିକୁ ନେଇ ସେ ଏବେ ଅଡୁଆରେ।
ପଞ୍ଜାବ କ୍ୟାବିନେଟର ପ୍ରକ-ବୈଠକ ଗତ ଶନିବାର ବସିଥିଲା।ଏଥିରେ
ରାଜ୍ୟର ଅବକାରୀ ନୀତି ଉପରେ ଆଲୋଚନା ହୋଇଥିଲା। ହେଲେ ମନ୍ତ୍ରୀ ମାନକର କେତକ ପ୍ରସ୍ତାବକୁ ମୁଖ୍ୟ ଶାସନ ସଚିବ କରନ ଅବତାର ସିଂହ ବିରୋଧ କରିଥିଲେ ଫଳରେ ବୈଠକରେ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।
ମୁଖ୍ୟ ଶାସନ ସଚିବ ବର୍ତମାନ ରାଜ୍ୟର ଅର୍ଥ କମିଶନର ଅଛନ୍ତି । ତାଙ୍କ ହାତରେ ଅବକାରୀ ଓ ଟିକସ ବ୍ୟାପାର ରହିଛି।
ମୁଖ୍ୟ ଶାସନ ସଚିବ ଘରେ ମଦ ପହଞ୍ଚାଇବାର ସପକ୍ଷରେ ଥିବା ବେଳେ ଅର୍ଥମନ୍ତ୍ରୀ ମାନପ୍ରୀତ ସିଂହ ବାଦଲ ଏହାକୁ ବିରୋଧ କରିଥିଲେ। ଅର୍ଥମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ବୈଷୟିକ ଶିକ୍ଷାମନ୍ତ୍ରୀ ଚରଂଜିତ ସିଂହ ଚଇନି ସମର୍ଥନ ଦେଇଥିଲେ।
ମୁଖ୍ୟ ଶାସନ ସଚିବଙ୍କ ବ୍ୟବହାରରେ ଖୁବ୍ଧ ହୋଇ ମନ୍ତ୍ରୀମାନେ କହିଥିଲେ ମୁଖ୍ୟ ଶାସନ ସଚିବ କ୍ୟାବିନେଟକୁ ଆସିଲେ ଆମେ ଉଠିକି ପଳାଇବୁ।
ମନ୍ତ୍ରୀମାନଙ୍କ କଥା ଶୁଣି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂହ ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରୀମାନଙ୍କ ମନୋଭାବ ଜଣାଇଦେଲେ।
ସୋମବାର କ୍ୟାବିନେଟ ବୈଠକରେ ମୁଖ୍ୟ ଶାସନ ସଚିବ କାରନ ଅବତାର ସିଂହଙ୍କୁ ଦେଖିବାକୁ ମିଳିନଥିଲା। ତାଙ୍କର ଅନୁପସ୍ଥିତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ ଏବଂ ନ୍ୟାୟ) ସତୀଶ ଚନ୍ଦ୍ର ଯୋଗ ଦେଖଥିଲେ।
ମନ୍ତ୍ରୀମାନଙ୍କ କ୍ରୋଧରୁ ବଞ୍ଚିବା ପାଇଁ ମୁଖ୍ୟ ଶାସନ ସଚିବ କ୍ୟାବିନେଟ ବୈଠକ ସମୟରେ ଅଧା ଦିନର ଛୁଟି ନେଇ ଘରେ ରହିଯାଇଥିଲେ।
କ୍ୟାବିନେଟ ବୈଠକରେ ଅବକାରୀ ନୀତି ୨୦୨୦-୨୧ କୁ ଅନୁମୋଦନ କରିବା ବେଳେ ମନ୍ତ୍ରୀମାନେ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କାରିଥିଲେ।
ପ୍ରକୃତ ପକ୍ଷେ ମୁଖ୍ୟ ଶାସନ ସଚିବଙ୍କର କୁଆଡେ ଗୋଟେ ଦେଶୀ ମଦ କାରଖାନା କପୁରଥାଲା ରେ ଅଛି। ସେ ଏହାର ପରିଚାଳନା ଦାୟିତ୍ବ ହସ୍ତାନ୍ତର କରିବାକୁ ଚାହୁଁଛନ୍ତି । ତେବେ ଆଇନଗତ ଭାବେ ଏହା ହୋଇ ପାରିବ ନାହିଁ।