Connect with us

ଢେଙ୍କାନାଳ ୨୦/୪ : ଆଜି ଢେଙ୍କାନାଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ୍ ମାଗିଛନ୍ତି ନବୀନ । ଏହିକ୍ରମରେ ଆଠମଲ୍ଲିକରେ ଜନସଭାରେ ଯୋଗ ଦେଇଛନ୍ତି ନବୀନ । ତେବେ ଆଠମଲ୍ଲିକ ସଭାମଂଚରୁ ବି କେନ୍ଦ୍ରକୁ ଟାର୍ଗେଟ କରିବାକୁ ଭୁଲି ନାହାଁନ୍ତି ନବୀନ । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି ବୋଲି ଅଭିଯୋଗକୁ ଦୋହରାଇଛନ୍ତି ନବୀନ । ସେ ଥିବା ପର‌୍ୟ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ଏବଂ ବିଜେଡି ସରକାର ପୁନର୍ବାର ଶାସନକୁ ଆସିଲେ ସରକାର ଗଠନର ପ୍ରଥମ ଦିନରେ ହିଁ କାଳିଆ ଯୋଜନାର ୨ କିସ୍ତି ବାବଦକୁ ୧୦ ହଜାର ଟଙ୍କା ମିଳିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ନବୀନ ।
ବିଜେଡି ସୁପ୍ରିମୋ କହିଛନ୍ତି, ବିଜେଡି ସରକାର ସବୁବେଳେ ମହିଳାଙ୍କୁ ଅଗ୍ରାଧିକାର ଦେଇଛି । ସେହିଭଳି କେନ୍ଦ୍ରୀୟ ଯୋଜନାରେ ମହିଳାଙ୍କ ସ୍ୱାସ୍ଥ୍ୟ ସୁବିଧା ପାଇଁ ଯେଉଁଠି ୫ ଲକ୍ଷ ଆର୍ଥିକ ସହାୟତା ଦେଉଥିବା ବେଳେ ସେଠି ବିଜେଡି ସରକାର ତାର ଡବଲ ଦେଉଛି । ସେହିପରି ମିଶନ ଶକ୍ତି ମା’ମାନଙ୍କୁ ୫ ଲକ୍ଷ ଟଙ୍କାର ବିଜନେସ ଦେବାକୁ ଘୋଷଣା କରିଛି ବିଜେଡି । ମହିଳାମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଂଜିନ ।
କେନ୍ଦ୍ରକୁ କଡା ଭାଷରେ ସମାଲୋଚନା କରି ନବୀନ କହିଛନ୍ତି, ନିର୍ବାଚନ ସମୟରେ କେନ୍ଦ୍ରର ବଡ ବଡ ନେତାମାନଙ୍କର ଓଡିଶାକୁ ମାରାଥନ ଗସ୍ତ କରୁଛନ୍ତି । ଭୋଟ୍ ମାଗୁଛନ୍ତି । ଫାଇଲିନ, ହୁଡୁହୁଡି ଏବଂ ମରୁଡି ସମୟରେ କୁଆଡେ ଯାଇଥିଲେ, ଦୁଇଗୁଣା ଏମଏସପି କୁଆଡେ ଗଲା । ମହାନଦୀ ପାଣି କାହିଁକି ବନ୍ଦ କଲେ , ଏସସି-ଏସଟି ପିଲାଙ୍କ ସ୍କଲାର୍ସିପ କାହିଁକି ବନ୍ଦ କଲେ ବୋଲି ଢେଙ୍କାନାଳବାସୀଙ୍କୁ ତାଙ୍କୁ ପ୍ରଶ୍ନ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନବୀନ ଆହୁରୀ ମଧ୍ୟ କହିଛନ୍ତି, ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ ପରେ ବିଜେପି ଛାନିଆ ହୋଇଗଲାଣି । ଆଉ ସେଥିପାଇଁ ବିଜେପି ନେତାମାନେ ଇଭିଏମ ଭାଙ୍ଗିବା ଆରମ୍ଭ କରିଦେଇଛନ୍ତି । ଆଇନକୁ ସମ୍ମାନ ଦେଇ ଜାଣିନାହାନ୍ତି ବୋଲି କହି ବିଜେପିକୁ କଡା ଭାଷାରେ ସମାଲୋଚନା କରିବା ସହ ୨୦୧୯ରେ କେନ୍ଦ୍ରରେ କୌଣସି ଦଳ ସଂଖ୍ୟାଗରିଷଅଠତା ପାଇବେନି ଏବଂ କେନ୍ଦ୍ରରେ ସରକାର ଗଠନରେ ଆଂଚଳିକ ଦଳର ଭୂମିକା ରହିବ ଏବଂ ଚଳିତ ନିର୍ବାଚନରେ ଆଂଚଳିକ ଦଳମାନେ ହିଁ ଅସଲ କିଙ୍ଗ ମେକର ହେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions