ଭୁବନେଶ୍ୱର: କାରୋନା ମହାମାରୀ ବିରୁଦ୍ଧରେ ସମଗ୍ର ମାନବ ସମାଜ ଲଢ଼େଇରେ ବ୍ୟାସ୍ତ ଥିବା ବେଳେ ଗୁଜବଖୋରମାନେ ସେମାନଙ୍କର ଅପରାଧିକ କାର୍ଯ୍ୟକଳାପ ରେ ବ୍ୟାସ୍ତ । ସରକାରଙ୍କ ମହାମାରୀ ମୁକାବିଲାକୁ ଭଣ୍ଡୁର କରିବାକୁ ଗୁଜବକାରୀମାନେ ସେମାନଙ୍କର ତଥାକଥିତ ଗଣମାଧ୍ୟମକୁ ପୁରାଦମରେ କାର୍ଯ୍ୟରେ ନିୟୋଜିତ କରିଦେଇଛନ୍ତି।
ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକମାନେ କାରୋନା ଭୁତାଣୁକୁ ଜାଣିଶୁଣି ବ୍ୟାପୀବାରେ ଲାଗିଛନ୍ତି ବୋଲି ବିଭିନ୍ନ ଗୁଜବ ପ୍ରସାର କରି ଗୁଜବଖୋରମାନେ ଦେଶରେ ଦଙ୍ଗା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ଏହିଭଳି ଲକଡାଉନ ସମୟରେ ପୋଲିସକୁ ଅଧିକ କାମ କରିବାକୁ ପଡୁଛି । ଅନେକ ରାଜ୍ୟ ସରକାର ଗୁଜବକାରୀଙ୍କର ଏହି ଚକ୍ରାନ୍ତ କୁ ପଣ୍ଡ କରିବାରେ ସଫଳ ହୋଇଛନ୍ତି । ତେବେ ଏ ଦିଗରେ ମହାରାଷ୍ଟ୍ରର ଶିବସେନା ସରକାର, ଉତ୍ତର ପ୍ରଦେଶର ଯୋଗୀ ଅଦିତ୍ୟନାଥ ସରକାର ଏବଂ ତେଲେଙ୍ଗାନାର ଚନ୍ଦ୍ରଶେଖର ସରକାରର ଉଦ୍ୟମ ବେଶ ପ୍ରଶଂସନୀୟ ।
ଗୁଜବକରୀମାନେ ଦେଶର ରେଳବାଇ ବ୍ୟବସ୍ଥାକୁ ବିଭ୍ରାଟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଭାରତୀୟ ରେଳବାଇ ବର୍ତମାନ ଲକଡାଉନ ସମୟରେ ଅତ୍ୟାବଶ୍ୟକ ଜିନିଷପତ୍ରର ପରିବହନ ପାଇଁ କେବଳ ମାଲଗାଡି ଚଳାଚଳ ଜାରି ରଖିଥିଲା ବେଳେ ଯାତ୍ରୀବାହୀ ରେଳ ଚଳାଚଳ ବନ୍ଦ ରଖିଛନ୍ତି । ତେବେ ଗୁଜବକାରୀ ମନେ ଆସନ୍ତା ଏପ୍ରିଲ 15 ତାରିଖରୁ ଯାତ୍ରୀବାହୀ ଟ୍ରେନ ଚାଲିବ ଏବଂ ବର୍ତମାନ ଟ୍ରେନ ଟିକଟ ବିକ୍ରି ଆରମ୍ଭ ହେଲାଣି କହି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ଆରମ୍ଭ କରିଦେଇଛନ୍ତି । ଏହା ବର୍ତମାନ ଭାରତୀୟ ରେଳବାଇର ମୁଣ୍ଡବ୍ୟଥାର କାରଣ ପାଲଟିଛି ।
ଟ୍ରେନ ଚଳାଚଳ ନେଇ ଜନସାଧାରଣଙ୍କର ଘନଘନ ପ୍ରଶ୍ନରେ ବ୍ୟତିବ୍ୟସ୍ତି ହୋଇ ରେଳବାଇ ଗତକାଲି ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇଛନ୍ତି । ଯାତ୍ରୀବାହୀ ଟ୍ରେନ ଚଳାଚଳ ନେଇ ବର୍ତମାନ ସୁଦ୍ଧା କୌଣସି ନିଷ୍ପତି ହୋଇ ନାହିଁ କହିଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି ।
ଓଡ଼ିଶାରେ ମଧ୍ୟ ଗୁଜବଖୋରଙ୍କ ଦୌରାତ୍ମ୍ୟ କିଛି କାମ ନାହିଁ । ଗତକାଲି ରାଜ୍ୟ ପୋଲିସ 3 ଜଣ ଗୁଜବକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟ ସରକାର 63 ଜଣ ଗୁଜବକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଲାଣି।
ପୋଲିସ ଗୁଜବକାରୀଙ୍କର ନାମ ଠିକଣା ଓ ଫୋଟୋ ପ୍ରକାଶ କଲେ ଜନସାଧାରଣ ସେମାନଙ୍କର ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ସଚେତନ ରହି ପାରିବେ ।