Connect with us

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କର ନୂଆ ଟିମ ଘୋଷଣା କରିଛନ୍ତି।
ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ଅନୁମୋଦନକ୍ରମେ ଏହି ନୂତନ କର୍ମକର୍ତ୍ତାମାନକ ନାମ ପ୍ରକାଶ ପାଇଛି।
ଦଳର ରାଜ୍ୟ ସଂଗଠନ ମନ୍ତ୍ରୀ ଭାବେ ମାନସ କୁମାର ମହାନ୍ତି ତାଙ୍କ ସ୍ଥାନ ବଜାୟ ରଖିଥିବା ବେଳେ ୬ ମୋର୍ଚ୍ଚାର ସଭାପତି ବଦଳିଛନ୍ତି ।
ସମୀରଙ୍କ ଟିମ୍ ରେ ୧୦ ଉପସଭାପତି, ୪ ସାଧାରଣ ସମ୍ପାଦକ, ୯ ସମ୍ପାଦକ, ୧ ଟ୍ରେଜେରର୍, ୧ ଅଫିସ୍ ସେକ୍ରେଟାରୀ, ୬ ମୋର୍ଚ୍ଚା ସଭାପତି, ୧୦ ମୁଖପାତ୍ର ଅଛନ୍ତି । ୧୬୧ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରହିଥିବା ବେଳେ ୩୦ ଜଣ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀକୁ ୧୬ ମହିଳାଙ୍କ ସମେତ ୭୫ ସଦସ୍ୟଙ୍କୁ ମନୋନୀତ କରାଯାଇଛି।
ସମୀରଙ୍କ ନୂଆ ଟିମ:
ସାଧାରଣ ସମ୍ପାଦକ(ସଂଗଠନ): ମାନସ କୁମାର ମହାନ୍ତି
ଉପସଭାପତି: ସଙ୍ଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ବଳଭଦ୍ର ମାଝୀ, ଭାସ୍କର ମଢ଼େଇ, ନାଉରୀ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକେଶୀ ଓରାମ୍, ଭ୍ରୁଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା, ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ ।
ସାଧାରଣ ସମ୍ପାଦକ: ରବି ନାଏକ, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ।
ସମ୍ପାଦକ: କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଅମର ନାୟକ, ଅଭିମନ୍ୟୁ ସେଠୀ, ନବୀନ ରାମ୍, ସୀମାଚଳ ଖଟେଇ, ପିଙ୍କି ପ୍ରଧାନ, ସିପ୍ରା ବାଜପେୟୀ, ଶର୍ମିଷ୍ଠା ମେହେର ।
କୋଷାଧ୍ୟକ୍ଷ: ସୁଦର୍ଶନ ଗୋୟଲ୍
ମୋର୍ଚ୍ଚା ସଭାପତି: ଇରାଶିଷ ଆଚାର୍ଯ୍ୟ(ଯୁବମୋର୍ଚ୍ଚା), ସ୍ମୃତି ପଟ୍ଟନାୟକ(ମହିଳା ମୋର୍ଚ୍ଚା), ପ୍ରଦୀପ ପୁରୋହିତ( କୃଷକ ମୋର୍ଚ୍ଚା), ବିଶ୍ୱେଶ୍ୱର ଟୁଡୁ(ଏସଟି ମୋର୍ଚ୍ଚା), ବିଭୁପ୍ରସାଦ ତରାଇ(ଏସସି ମୋର୍ଚ୍ଚା), ସିକନ୍ଦର ଅଲ୍ଲୀ (ସଂଖ୍ୟାଲଘୁ ମୋର୍ଚ୍ଚା) ।
ରାଜ୍ୟ ଅଫିସ ସମ୍ପାଦକ: ଦେବେନ୍ଦ୍ର ନନ୍ଦ
ରାଜ୍ୟ ମୁଖପାତ୍ର: ସୁଦୀପ୍ତ ରାୟ, ପୀତାମ୍ବର ଆଚାର୍ଯ୍ୟ, ଦିଲ୍ଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ୍ ମହାନ୍ତି, ବିରଞ୍ଚି ନାରାୟଣ ତ୍ରିପାଠୀ, ଧୀରେନ୍ ସେନାପତି, ସୋନାଲି ସାହୁ, ଠାକୁର ରଣଜିତ୍ ଦାସ, ଉମାକାନ୍ତ ପଟ୍ଟନାୟକ ।
ରାଜ୍ୟ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ଜୁଏଲ୍ ଓରାମ୍, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ପ୍ରଦୀପ୍ତ ନାୟକ, ଗିରିଧାରୀ ଗମାଙ୍ଗ, କେ.ଭି.ସିଂହଦେଓ, ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ବୈଜୟନ୍ତ ପଣ୍ଡା, ସମ୍ବିତ୍ ପାତ୍ର, ବିଜୟ ମହାପାତ୍ର, ଖାରବେଳ ସ୍ୱାଇଁ, ସମୀର ଦେ, ସୁରମା ପାଢ଼ୀ, ଅନନ୍ତ ନାୟକ, ରୁଦ୍ରନାରାୟଣ ପାଣି, ନୀତେଶ ଗଙ୍ଗଦେବ, ଅଶ୍ୱିନୀ ବୈଷ୍ଣବ, ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ, ମୋହନ ମାଝୀଙ୍କ ସମେତ ସମସ୍ତ ବିଧାୟକ, ସାଂସଦ, ୬ ଜଣ ପୂର୍ବତନ ସାଂସଦ, ୫ ଜଣ ପୂର୍ବତନ ମନ୍ତ୍ରୀ, ୨୬ ଜଣ ପୂର୍ବତନ ବିଧାୟକ ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions