Connect with us

ବଡମ୍ବା ୨୩/୪ : ଇଭିଏମରେ ତ୍ରୁଟି । ବଡମ୍ବା ବିଧାନସଭା ଆସନର ଗୋଟିଏ ବୁଥରେ ନିର୍ବାଚନ ସ୍ଥଗିତ କରାଯାଇଛି । ୧୯୬ ନମ୍ବର ବୁଥରେ ନିର୍ବାଚନକୁ ସ୍ଥଗିତ କରଯାଇଛି । ଭିଭିପାଟରେ ପରିଚାଳନାଗତ ସମସ୍ୟା ପାଇଁ ନିର୍ବାଚନକୁ ସ୍ଥଗିତ କରାଯାଇଛି । ଏହି ବୁଥରେ ସାନି ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନ ସୁପାରିଶ କରାଯିବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର‌୍ୟ୍ୟାଳୟରୁ ସୂଚନା ଦିଆଯାଇଛି । ବିଧାନସଭା ପାଇଁ ଥିବା ଭିଭିପାଟ ମେସିନ ଲୋକସଭା ଇଭିଏମ ସହ ସଂଯୋଗ କରାଯାଇଥିବାରୁ ଏହି ବୁଥରେ ନିର୍ବାଚନକୁ ସ୍ଥଗିତ କରାଯାଇଛି ।
ଏହାପୂର୍ବରୁ ତୃତୀୟ ପର‌୍ୟ୍ୟାୟରେ ନିର୍ବାଚନ ହେଉଥିବା ବିଭିନ୍ନ ଅଞ୍ଚଳରୁ ବ୍ୟାପକ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଥିଲା । ମତଦାନ ଆରମ୍ଭରୁ ହିଁ ରାଜ୍ୟର ବିଭିନ୍ନ ମତଦାନ କେନ୍ଦ୍ରରେ ଇଭିଏମରେ ତ୍ରୁଟି ଦେଖାଯାଇଛି । ଯାହା ଫଳରେ ମତାଦାନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି । ଏଥି ସହିତ ଭୋଟ୍ ଦେବାକୁ ବହୁ ଦୂରରୁ ଧାଇଁ ଆସିଥିବା ମତଦାତା ଭୋଟ୍ ଦେଇ ନପାରିବାରୁ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ।
ପୂର୍ବରୁ ହୋଇଥିବା ଦୁଇଟି ପର‌୍ୟ୍ୟାୟରେ ମଧ୍ୟ ଏଭଳି ସମସ୍ୟା ଦେଖାଦେଇଥିଲା, ଏହାପରେ ନିର୍ବାଚନ କମିଶନ ଏଥିପ୍ରତି ଦୃଷ୍ଟି ଦେବେ ବୋଲି କହିଥିଲେ । କିନ୍ତୁ ବ୍ୟବସ୍ଥାରେ କୌଣସି ସୁଧାର ନଆସିଥିବା ଆଜିର ନିର୍ବାଚନରେ ତାହା ଜଳ ଜଳ ହୋଇ ଦେଖାଯାଉଛି । କାରଣ କେବଳ ଗୋଟିଏ ଲୋକସଭା କ୍ଷେତ୍ରରୁ ହିଁ ଶହେରୁ ଅଧିକ ଇଭିଏମ ମେସିନ ଅଚଳ ହୋଇପଡିଛି । କେନ୍ଦୁଝର ଜିଲ୍ଲାରେ ପାଖାପାଖି ଶହେରୁ ଅଧିକ ମତଦାନ କେନ୍ଦ୍ରରେ କାମ କରୁନାହିଁ ଇଭିଏମ୍ । ଫଳରେ ଭୋଟ୍ ଦେବା ପାଇଁ ଦୀର୍ଘ ସମୟ ଧରି ଧାଡିରେ ଠିଆ ହୋଇଥିବା ମତଦାତାଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି ।
ଘଷିପୁରାରେ ୧୮ ଏବଂ ଆନନ୍ଦପୁରର ୨୨ଟି ବୁଥରେ ଇଭିଏମରେ ତ୍ରୁଟି କାରଣରୁ ମତଦାନ ପ୍ରକ୍ରିୟା ବିଳମ୍ବ ହୋଇଛି । ସେହିଭଳି ପାଟଣାରେ ୨୦ରୁ ଅଧିକ, ଚମ୍ପୁଆରେ ୨୦ଟି, ତେଲକୋଇରେ ୧୮ରୁ ଅଧିକ ଏବଂ କେନ୍ଦୁଝର ସଦରେ ୨୫ରୁ ଅଧିକ ବୁଥରେ ଇଭିଏମ ମେସନ ପୂରାପୁରି ଅଚଳ ହୋଇପଡିଛି । ଯାହା ଫଳରେ ମତଦାନରେ ବିଳମ୍ବ ଦେଖାଦେଇଛି ।
ଖାଲି କେନ୍ଦୁଝରରେ ନୁହେଁ ଅନ୍ୟ ଜାଗାରୁ ମଧ୍ୟ ସମାନ ଖବର ସାମନାକୁ ଆସିଛି । ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ୧୫୪ ନମ୍ବର ବୁଥରେ ଇଭିଏମରେ ତ୍ରୁଟି କାରଣରୁ ମତଦାନ ପ୍ରକ୍ରିୟା ବିଳମ୍ବ ହୋଇଥିବା ସୂଚନା ମିଳିଛି ।କୁଚିଣ୍ଡାର ୫ଟି ବୁଥରେ ଅଚଳ ହୋଇପଡିଛି ଇଭିଏମ ମେସିନ । ବୁଥ ନମ୍ବର ୧୨୨, ୧୨୧, ୧୩୫,୧୩୮ ଏବଂ ୧୪୫ ନମ୍ବର ବୁଥରେ ଯାନ୍ତ୍ରିକ ତ୍ରୁଟି କାରଣରୁ ପଡିପାରୁନି ଭୋଟ୍ । ସେହିଭଳି କାମାକ୍ଷାନଗରର ୧୯ ନମ୍ବର ବୁଥରେ ଇଭିଏମ ଅଚଳ ହୋଇପଡିଛି । ସମ୍ବଲପୁରର ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଲିର ବୁଥ୍‌ ନମ୍ବର ୩୮ରେ ଲୋକସଭା ଭିଭିପାଟ କାମ କରୁ ନ ଥିବାରୁ ଲୋକେ ଭୋଟ୍‌ ଦେବାକୁ ଧାଡ଼ି ବାନ୍ଧି ଅପେକ୍ଷା କରିଛନ୍ତି। ଝଙ୍କରପାଲିର ବୁଥ୍‌ ନମ୍ବର ୩୬ ଓ ୩୭ରେ ଇଭିଏମ୍‌ କାମ କରୁ ନ ଥିବାରୁ ପୋଲିଙ୍ଗ୍‌ ପାର୍ଟି ଚିନ୍ତିତ ହୋଇ ପଡ଼ିଛନ୍ତି।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions